ଓଡ଼ିଶା ସରକାର- ହିନ୍ଦୁସ୍ତାନ କୋକା-କୋଲା ମଧ୍ୟରେ ଖୋର୍ଦ୍ଧାରେ ଉତ୍ପାଦନ କାରଖାନା ସମ୍ପ୍ରସାରଣ ପାଇଁ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି

0
2ff9a6ba-2bf0-437b-9882-b9a41017692e

ଭୁବନେଶ୍ୱର, ଅଗଷ୍ଟ ୭ ୨୦୨୬: ରାଜ୍ୟରେ ଶିଳ୍ପ ଓ ଉତ୍ପାଦନ କ୍ଷେତ୍ରରେ ଆଉ ଏକ ବଡ଼ ପୁଞ୍ଜିନିବେଶର ଦ୍ୱାର ଖୋଲିଛି । ଖୋର୍ଦ୍ଧାସ୍ଥିତ ଉତ୍ପାଦନ କାରଖାନାର ସମ୍ପ୍ରସାରଣ ପାଇଁ ହିନ୍ଦୁସ୍ତାନ କୋକା-କୋଲା ବେଭରେଜେସ୍ (ଏଚସିସିବି) ସହ ଓଡ଼ିଶା ସରକାର ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିଛନ୍ତି । ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ଫୁଡ୍ ପ୍ରୋ-୨୦୨୬ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ହସ୍ତାନ୍ତର ହୋଇଛି ।

ଏହି ଅବସରରେ ଏଚସିସିବି ପକ୍ଷରୁ ମୁଖ୍ୟ ଆର୍ôଥକ ଅଧିକାରୀ ହର୍ଷ ଭୁଟାନୀ ଏବଂ ମୁଖ୍ୟ ପବ୍ଲିକ୍ ଆଫେୟାର୍ସ, କମ୍ୟୁନିକେସନ୍ସ ଓ ସସ୍େଟନେବିଲିଟି ଅଧିକାରୀ ହିମାଂଶୁ ପ୍ରିୟଦର୍ଶୀ ଉପସ୍ଥିତ ଥିଲେ ।

ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଇଡକୋର ପରିଚାଳନା ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀ ଏବଂ ଶିଳ୍ପ ନିର୍ଦ୍ଦେଶିକା ତଥା ଇପିକଲର ପରିଚାଳନା ନିର୍ଦ୍ଦେଶିକା (ଅତିରିକ୍ତ ଦାୟିତ୍ୱ) ଅବୋଲି ସୁନୀଲ ନାରଭାଣେ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରେ ଏଚସିସିବିର ଉତ୍ପାଦନ କାରଖାନାର ପ୍ରସ୍ତାବିତ ସମ୍ପ୍ରସାରଣ ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ ଓ ପାନୀୟ ଶିଳ୍ପକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି । ଏହା ରାଜ୍ୟରେ ବୃହତ୍ ଉତ୍ପାଦନ ଭିତିକ ପୁଞ୍ଜିନିବେଶକୁ ଆକର୍ଷିତ କରିବା ସହ ଶିଳ୍ପ ବିକାଶ ଓ ଦୀର୍ଘମିଆଦୀ ଆର୍ôଥକ ଅଭିବୃଦ୍ଧିକୁ ଗତି ଦେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି ।

ଓଡ଼ିଶାରେ ଏଚସିସିବିର ଦୀର୍ଘଦିନର ଉପସ୍ଥିତି ରହିଛି । ଖୋର୍ଦ୍ଧାସ୍ଥିତ ଏହାର ଉତ୍ପାଦନ ୟୁନିଟ୍ ମାଧ୍ୟମରେ କମ୍ପାନୀ ରାଜ୍ୟରେ ନିଜର ବ୍ୟବସାୟିକ ଓ ଉତ୍ପାଦନ ଭିତିକ ପଦଚିହ୍ନକୁ ସୁଦୃଢ଼ କରିଆସୁଛି । ପ୍ରସ୍ତାବିତ ସମ୍ପ୍ରସାରଣ ଦ୍ୱାରା ରାଜ୍ୟରେ କମ୍ପାନୀର ଉତ୍ପାଦନ କ୍ଷମତା ଓ ଉପସ୍ଥିତି ଆହୁରି ବଢ଼ିବା ସହ ବଢ଼ୁଥିବା ଉପଭୋକ୍ତା ଚାହିଦା ପୂରଣରେ ଏହା ସହାୟକ ହେବ ।

ରାଜ୍ୟରେ ଅଧିକ ଶିଳ୍ପ ଓ ବୃହତ୍ ପୁଞ୍ଜିନିବେଶ ଆକର୍ଷଣ କରି ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ଉତ୍ପାଦନ ଓ ଶିଳ୍ପ ନିବେଶ ଗନ୍ତବ୍ୟସ୍ଥଳୀରେ ପରିଣତ କରିବା ଦିଗରେ ଏହି ଏମ୍‌ଓୟୁକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି ।

Leave a Reply

Your email address will not be published. Required fields are marked *

You may have missed