ଭାରତର ୮୦ତମ ସ୍ୱାଧୀନତା ଦିବସରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ନିର୍ମାଣାଧୀନ ଭାରତ’ର ଯାତ୍ରାକୁ ସମ୍ମାନ

0
Untitled

ଭୁବନେଶ୍ୱର, ୧୭ ଅଗଷ୍ଟ ୨୦୨୬: ଭାରତର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ନିଜର ୰ବେମିସ ଅଲ ଭାରତ -ଇନ ଦ ମେକିଙ୍ଗ ଅଭିଯାନ ମାଧ୍ୟମରେ ଦେଶର ରାଷ୍ଟ୍ର ନିର୍ମାଣ ଯାତ୍ରାକୁ ସମ୍ମାନ ଜଣାଇଛି । ଏହି ଅଭିଯାନରେ ଆଲୁମିନିୟମ୍‌, ପ୍ରଯୁକ୍ତି, ଦକ୍ଷତା ଓ ମାନବ ସମ୍ବଳ କିପରି ଏକ ଅଧିକ ସଶକ୍ତ, ଆତ୍ମନିର୍ଭର ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତ ଗଠନରେ ଭୂମିକା ନେଉଛନ୍ତି, ତାହାକୁ ଉପସ୍ଥାପନ କରାଯାଇଛି ।

‘‘ଭାରତ ର୍ନିମାଣ, ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବା ବିଚାରଧାରାକୁ ଆଧାର କରି ଏହି ଅଭିଯାନ ଆଲୁମିନାକୁ ଆଲୁମିନିୟମରେ ପରିଣତ କରିବାର ପ୍ରକ୍ରିୟା ଓ ଭାରତର ଏକ ବିଶ୍ୱସ୍ତରୀୟ ପ୍ରତିଯୋଗୀତାମୂଳକ ଉତ୍ପାଦନ ଏବଂ ଅର୍ଥନୈତିକ ଶକ୍ତି ଭାବେ ନିରନ୍ତର ବିକାଶ ମଧ୍ୟରେ ଏକ ସୁନ୍ଦର ସାମଞ୍ଜସ୍ୟ ସୃଷ୍ଟି କରିଛି ।

୰ବେମିଶ ଅଲ ଭାରତର ମୁଖ୍ୟ ବିଷୟବସ୍ତୁ ହେଉଛି ଭାରତର ଭବିଷ୍ୟତକୁ ଗଢ଼ୁଥିବା ଲୋକ, ଚିନ୍ତାଧାରା ଓ ନବସୃଜନର ଉତ୍ସବର ଉତ୍ପାଦନ କ୍ଷେତ୍ରର ଉତ୍କର୍ଷ, ଦକ୍ଷତା ବିକାଶ, ଜୀବିକା ଏବଂ ମହିଳାଙ୍କ ବଢ଼ୁଥିବା ଅଂଶଗ୍ରହଣ ଭଳି ବିଭିନ୍ନ ପ୍ରସଙ୍ଗର କାହାଣୀ ମାଧ୍ୟମରେ ଦେଶର ପ୍ରଗତିକୁ ଆଗେଇ ନେଉଥିବା ବିଭିନ୍ନ ଶକ୍ତିକୁ ଏହି ଅଭିଯାନ ଉଜାଗର କରିଛି ।

ଏହି ଚିନ୍ତାଧାରା ତିନିଟି ପ୍ରମୁଖ ବିଷୟବସ୍ତୁ ମାଧ୍ୟମରେ ପ୍ରକାଶ ପାଇଛି ଯଥା ଭବିଷ୍ୟତରେ ଜୀବନ ଗଢ଼ିବା, ଦକ୍ଷତାକୁ ଜୀବିକାରେ ଏବଂ ଶିକ୍ଷାକୁ ସୁଯୋଗରେ ପରିଣତ କରିବା) ଏବଂ ହାଲୁକା, ସ୍ମାର୍ଟ ଓ ଦାୟିତ୍ୱପୂର୍ଣ୍ଣ ପ୍ରଗତି । ଏହି ତିନୋଟି ବିଷୟ ଆଲୁମିନିୟମ କେବଳ ଏକ ଧାତୁ ଭାବେ ନୁହେଁ, ବରଂ ଭାରତର ବିକଶିତ ଆକାଂକ୍ଷାର ଏକ ମୂଳ ଉପାଦାନ ଏବଂ ନବସୃଜନ, ସ୍ଥାୟୀତ୍ୱ ଓ ମାନବକୈନ୍ଦ୍ରିକ ବିକାଶର ଏକ ଅନୁପ୍ରେରକ ଭାବେ ପ୍ରତିଷ୍ଠା କରୁଛି ।

ଅଭିଯାନର ଭିଡିଓ ଏଠାରେ ଦେଖାଯାଇପାରିବ: ଷଗ୍ଧଗ୍ଧକ୍ଟ୍ରଗ୍ଦ://ଚ୍ଚକ୍ଟଙ୍କଗ୍ଧଙ୍କ.ଭର/ଜଐଳ୪୭୪ଷଶଜ୦?ଗ୍ଦସ=ପଐଗ୍ଦ୪ସଙ୍ଖଚଠଛଊଟଦ୍ଭ୧କ୩ଖ

ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜେଶ କୁମାର କହିଛନ୍ତି, “ଭାରତର ବିକାଶ ଯାତ୍ରା ଦେଶର ଲୋକଙ୍କ ଆକାଂକ୍ଷା, ପ୍ରତିଭା ଓ ଉଦ୍ୟମ ଦ୍ୱାରା ଆକାର ପାଉଛି । ୰ବେମିଶ ଅଲ ଭାରତ ମାଧ୍ୟମରେ ଆମେ ସେହି ଚିନ୍ତାଧାରା, ନବସୃଜନ ଓ ସାମୂହିକ ପ୍ରୟାସକୁ ସମ୍ମାନ ଜଣାଉଛୁ, ଯାହା ଦେଶକୁ ନିରନ୍ତର ଆଗକୁ ବଢ଼ାଉଛି । ଭିତିଭୂମି, ଗତିଶୀଳତା, ଶକ୍ତି ଓ ଉତ୍ପାଦନ କ୍ଷେତ୍ର ପାଇଁ ଏକ ମୌଳିକ ଉପାଦାନ ଭାବେ ଆଲୁମିନିୟମ୍ ଭାରତର ବିକାଶକୁ ସକ୍ଷମ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି । ବେଦାନ୍ତ ଆଲୁମିନିୟମରେ ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ, ନବସୃଜନ ଓ ସ୍ଥାୟୀ ବିକାଶ ମାଧ୍ୟମରେ ବିକଶିତ ଭାରତର ଭିତିଭୂମି ନିର୍ମାଣରେ ସହଯୋଗ କରିବାକୁ ଆମେ ପ୍ରତିବଦ୍ଧ ।”

ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା, ଲାଞ୍ଜିଗଡ଼, ଭବାନୀପାଟଣା, ରାୟଗଡ଼ା ଓ ବାଲକୋର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ୰ବେମିଶ ଅଲ ଭାରତର ଭାବନା ପ୍ରତିଫଳିତ ହୋଇଥିଲା । କର୍ମଚାରୀ, ଛାତ୍ରଛାତ୍ରୀ ଓ ପାର୍ଶ୍ୱବର୍ତୀ ସମୁଦାୟ ଏକାଠି ହୋଇ ଭାରତର ୮୦ତମ ସ୍ୱାଧୀନତା ଦିବସକୁ ଉତ୍ସାହର ସହ ପାଳନ କରିଥିଲେ ।

ଲାଞ୍ଜିଗଡ଼ରେ ଆଲୁମିନା ବ୍ୟବସାୟର ସିଇଓ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ହାଇ-ମାଷ୍ଟ ଜାତୀୟ ପତାକା ଉତୋଳନ କରିଥିଲେ । ଏହାପରେ ପାରମ୍ପରିକ ପରେଡ୍ ଏବଂ ଉତ୍କୃଷ୍ଟ କାର୍ଯ୍ୟ କରିଥିବା କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ସମ୍ମାନିତ କରାଯାଇଥିଲା । ଡିଏଭି ବେଦାନ୍ତ ଇଂଟରନେସନାଲ ସ୍କୁଲ ରେ ମଧ୍ୟ ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହା ସହିତ ଛଅଟି ପାର୍ଶ୍ୱବର୍ତୀ ଗାଁର ୨୫୦ରୁ ଅଧିକ ପରିବାରରେ ‘ହର ଘର ତିରଙ୍ଗା’ ଅଭିଯାନ ପହଂଚିିଥିଲା । ଭବାନୀପାଟଣା ଓ ରାୟଗଡ଼ାରେ ମଧ୍ୟ ପତାକା ଉତୋଳନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମୁଦାୟ ସହଭାଗିତା ମାଧ୍ୟମରେ ଜାତୀୟ ଗର୍ବ ଓ ସାମୂହିକ ଉତ୍ସବର ଭାବନାକୁ ଦୃଢ଼ କରାଯାଇଥିଲା ।

ଝାରସୁଗୁଡ଼ା ଓ ବାଲକୋରେ ସ୍ୱାଧୀନତା ଦିବସ ପାଳନ ସହିତ ସୁରକ୍ଷା, ସଶକ୍ତୀକରଣ, ସ୍ୱାସ୍ଥ୍ୟ ଓ ସ୍ଥାୟୀତ୍ୱକୁ କେନ୍ଦ୍ର କରି କର୍ମଚାରୀ ଓ ସମୁଦାୟକୈନ୍ଦ୍ରିକ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସୁରକ୍ଷାକର୍ମୀଙ୍କ ପାଇଁ ଅଗ୍ନି ନିରାପତା ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ମହିଳା କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ, ଡ୍ରାଇଭର ସହଯୋଗୀଙ୍କ ପାଇଁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଏବଂ ଫିଟନେସ୍ ଓ ସାମୁଦାୟିକ ଭାବନାକୁ ପ୍ରୋତ୍ସାହିତ କରୁଥିବା ରନ ଫର ଫ୍ରିଡମ ମିନି ମାରାଥନ୍ ଆୟୋଜିତ ହୋଇଥିଲା ।

ଏହା ସହିତ ବୃକ୍ଷରୋପଣ ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା । କର୍ମଚାରୀମାନଙ୍କୁ ନିଜ ଜନ୍ମଦିନରେ ଚାରା ରୋପଣ କରି ଏକ ସବୁଜ ଉତରାଧିକାର ଛାଡ଼ିଯିବାକୁ ପ୍ରୋତ୍ସାହିତ କରାଯାଇଥିଲା । ସୁରକ୍ଷା ଓ ଅନୁପାଳନ ସମ୍ପର୍କିତ ବ୍ୟବସାୟିକ ସହଯୋଗୀଙ୍କ ସହ ଆଲୋଚନା, ବ୍ୟାରାକ୍ ସୌନ୍ଦର୍ଯ୍ୟୀକରଣ ଏବଂ ସୁରକ୍ଷାକର୍ମୀଙ୍କ ପାଇଁ କ୍ରୀଡ଼ା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଏହି ପଦକ୍ଷେପଗୁଡ଼ିକ ସୁସ୍ଥତା, ଦଳଗତ ଭାବନା ଓ ସାମୂହିକ ଦାୟିତ୍ୱବୋଧର ସଂସ୍କୃତିକୁ ପ୍ରୋତ୍ସାହନ ଦେଇଥିଲା । ସାମଗ୍ରିକ ଭାବେ ଏହି ପଦକ୍ଷେପଗୁଡ଼ିକ ଏକ ଅଧିକ ସୁରକ୍ଷିତ, ସୁସ୍ଥ ଓ ସମାବେଶୀ ଭାରତ ଗଠନ ପ୍ରତି ବେଦାନ୍ତ ଆଲୁମିନିୟମ୍ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା ।

ଏହି ଉତ୍ସବ ମାଧ୍ୟମରେ ୰ବେମିଶ ଅଲ ଭାରତ କାର୍ଯ୍ୟକ୍ଷେତ୍ରର ସୀମା ଅତିକ୍ରମ କରି ଶ୍ରେଣୀକକ୍ଷ, ଦକ୍ଷତା ବିକାଶ କେନ୍ଦ୍ର ଓ ସମୁଦାୟ ପର୍ଯ୍ୟନ୍ତ ପହଂଚିଥିଲା । ଏହା ଅଭିଯାନର ସେହି ବିଶ୍ୱାସକୁ ପ୍ରତିଫଳିତ କରିଛି ଯେ, ଲୋକ, ଦକ୍ଷତା, ପ୍ରଯୁକ୍ତି ଓ ସୁଯୋଗର ସମନ୍ୱିତ ପ୍ରୟାସରେ ହିଁ ଭାରତର ପ୍ରଗତି ନିର୍ମିତ ହୁଏ । ଏହି ପଦକ୍ଷେପଗୁଡ଼ିକ “ଭବିଷ୍ୟତ ଗଢ଼ି ଜୀବନ ଗଢ଼ିବା” ଏବଂ “ଦକ୍ଷତାକୁ ଜୀବିକାରେ ଓ ଶିକ୍ଷାକୁ ସୁଯୋଗରେ ପରିଣତ କରିବା” ଭଳି ଅଭିଯାନର ବାର୍ତାକୁ ତୃଣମୂଳ ସ୍ତରରେ ସାକାର କରିଥିଲା ।

ଭାରତ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଥିବା ବେଳେ, ବେଦାନ୍ତ ଆଲୁମିନିୟମ୍ ନବସୃଜନ, ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ, ଦକ୍ଷତା ବିକାଶ ଓ ସମୁଦାୟ ସହଭାଗିତା ମାଧ୍ୟମରେ ଏହି ଯାତ୍ରାକୁ ସହଯୋଗ କରିବାକୁ ପ୍ରତିବଦ୍ଧ । ଏହା ଏକ ଆତ୍ମନିର୍ଭର ଓ ବିଶ୍ୱସ୍ତରୀୟ ପ୍ରତିଯୋଗୀତାମୂଳକ ଭାରତ ଗଠନର ଦୃଷ୍ଟିକୋଣକୁ ସାକାର କରିବାରେ ନିଜର ଅବଦାନ ଜାରି ରଖିବ ।

Leave a Reply

Your email address will not be published. Required fields are marked *

You may have missed