କୃଷକ ଓ ଚାଷୀଙ୍କ ସମସ୍ୟା ନେଇ ଆଲୋଚନା ପରେ ଚାଷୀଙ୍କ ସହ ଲଙ୍ଗଳ ଧରି ଚାଷ କଲେ ପାରଳା ବିଧାୟକ 

0
Untitled

ପାରଳାଖେମୁଣ୍ଡି, 18/8(ତାରିଣୀ ପ୍ରସାଦ ପଣ୍ଡା): ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ କୃଷକ ଓ ଚାଷୀର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରିବା ପରେ  ଚାଷୀଙ୍କ ସହ ମିଳିତ ଭାବେ କ୍ଷେତରେ ନିଆରା ଢଙ୍ଗରେ ବଳଦ ହଳକୁ ଚଲାଇ ଚାଷ କରିବା ଘଟଣା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି. ବିଧାୟକ ଶ୍ରୀ ପାଣିଗ୍ରାହୀ ଗୁମ୍ମା ବ୍ଲକର ସାରାଜାଲ ଗ୍ରାମ ଗସ୍ତକରି ଗ୍ରାମବାସୀ ଓ ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ପରେ ସେ ଚାଷୀଙ୍କ ସହ ଚାଷଜମିରେ ଲଙ୍ଗଳ ଧରି ହଳ କରିଥିଲେ।

ଚାଷୀଙ୍କ ଜୀବନ ସହ ନିଜକୁ ଯୋଡ଼ିବା ଏବଂ ସେମାନଙ୍କ ସମସ୍ୟାକୁ ନିକଟରୁ ବୁଝିବା ନେଇ ବିଧାୟକଙ୍କ ଏହି ପ୍ରୟାସ ନେଇ ଚାଷୀ ଓ କୃଷକମାନଙ୍କ ଠାରେ ନୂତନ ଆଶାର ସଂଚାର ହୋଇଛି.  ବିଧାୟକଙ୍କ ଲଙ୍ଗଳ ଧରି ଚାଷ କରୁଥିବା ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *

You may have missed