ବାରବାଟୀ ଷ୍ଟାଡିୟମରେ ଜାକଜମକପୂର୍ଣ୍ଣ ଉଦ୍ଘାଟନୀ ସହ ଆରମ୍ଭ ହେଲା ଓଡ଼ିଶା ଟି-୨୦ ଲିଗ୍‌

0
Untitled

କଟକ, ୨୨ ସେପ୍େଟମ୍ବର ୨୦୨୬: ଐତିହାସିକ ବାରବାଟୀ ଷ୍ଟାଡିୟମଠାରେ ରବିବାର, ୨୦ ସେପ୍େଟମ୍ବର ୨୦୨୬ ଦିନ ଓଡ଼ିଶା ଟି-୨୦ ଲିଗ୍ – ସିଏମ୍ ଟ୍ରଫି ୨୦୨୬ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି, ଯାହା ରାଜ୍ୟର ଏହି ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭକୁ ସୂଚାଇଛି । ଏହି ଜାକଜମକପୂର୍ଣ୍ଣ ଉଦ୍ଘାଟନୀ ସମାରୋହରେ ରାଜ୍ୟର କ୍ରିକେଟ୍ ପରିବାର, କ୍ରୀଡ଼ା ବ୍ୟକ୍ତିତ୍ୱ, ବିଶିଷ୍ଟ ଅତିଥି, ଫ୍ରାଂଚାଇଜି ମାଲିକ, ଖେଳାଳି ଓ କ୍ରିକେଟ୍ ପ୍ରେମୀମାନେ ଏକତ୍ରିତ ହୋଇଥିଲେ ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଂଟର ଶୁଭାରମ୍ଭ ଘୋଷଣା କରିଥିଲେ । ସମାରୋହରେ ଟୁର୍ଣ୍ଣାମେଂଟ ଟ୍ରଫିର ଅନାବରଣ ମଧ୍ୟ କରାଯାଇଥିଲା, ଯାହା ଛଅଟି ଦଳକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ମଂଚ ପ୍ରସ୍ତୁତ କରିଥିଲା ।

ଉଦ୍ଘାଟନୀ ଅନୁଷ୍ଠାନରେ କ୍ରୀଡ଼ା ଓ ଯୁବ ସେବା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକର ମାନ୍ୟବର ସାଂସଦ ଶ୍ରୀ ଭର୍ତୃହରି ମହତାବ ତଥା ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି ଏବଂ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ । ଏଥିରେ ଓସିଏର ପଦାଧିକାରୀ ତଥା ଅନୁବନ୍ଧିତ ସଂଗଠନଗୁଡ଼ିକର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ ।

ଅବସରର କ୍ରିକେଟୀୟ ମହତ୍ୱକୁ ଅଧିକ ବଢ଼ାଇ ପୂର୍ବତନ ଭାରତୀୟ କ୍ରିକେଟର ତଥା ଲିଗ୍ର ବ୍ରାଣ୍ଡ ଆମ୍ବାସାଡର ସୁରେଶ ରୈନା ଓ ଦେବାଶିଷ ମହାନ୍ତି ସମାରୋହରେ ଉପସ୍ଥିତ ରହିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଉଦ୍ଘାଟନୀ ଅବସରରେ ଫ୍ରାଂଚାଇଜି ମାଲିକ ଓ ଦଳୀୟ ପ୍ରତିନିଧିମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । କେନ୍ଦୁଝର ମାଇନର୍ସର ଫ୍ରାଂଚାଇଜି ମାଲିକ ଶ୍ରୀ ମନୀଷ ଖେମକାଙ୍କୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା ଏବଂ ସେ ନିଜ ଦଳ ସହିତ ସମାରୋହରେ ଉପସ୍ଥିତ ଥିଲେ ।

ସମାରୋହରେ ଅଂଶଗ୍ରହଣକାରୀ ଛଅଟି ଯାକ ଦଳର ନୂଆ ଜର୍ସି ମଧ୍ୟ ଅନାବରଣ କରାଯାଇଥିଲା, ଯାହା ନିଜ ନିଜ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ଦଳଗୁଡ଼ିକର ପ୍ରଥମ ଝଲକ ସମର୍ଥକମାନଙ୍କ ଆଗରେ ଉପସ୍ଥାପିତ କରିଥିଲା । ପାରମ୍ପରିକ ଘଂଟି ବଜାଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଂଟର ଶୁଭାରମ୍ଭ କରାଯାଇଥିଲା ।

ଏହି ଅବସରରେ ମତ ରଖି ଓସିଏଲ ଆଇରନ ଆଣ୍ଡ ଷ୍ଟିଲ୍ସ ଲିମିଟେଡର ଚେୟାରମ୍ୟାନ୍ ଓ ପରିଚାଳନା ନିର୍ଦ୍ଦେଶକ ମନୀଷ ଖେମକା କହିଥିଲେ, “ଓଡ଼ିଶା ଟି-୨୦ ଲିଗ୍ର ଉଦ୍ଘାଟନ ରାଜ୍ୟର କ୍ରିକେଟ୍ ପାଇଁ ଏକ ରୋମାଂଚକର ଆରମ୍ଭକୁ ସୂଚାଉଛି ଏବଂ ଏହି ଅଂଚଳର ପ୍ରତିନିଧି ଭାବେ କେନ୍ଦୁଝର ମାଇନର୍ସକୁ ପଡ଼ିଆକୁ ଓହ୍ଲାଇବାର ଦେଖି ଆମେ ଗର୍ବିତ । ଓସିଏଲ ପାଇଁ ଏହି ସମ୍ପର୍କ କେବଳ ଏକ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ ମଧ୍ୟରେ ସୀମିତ ନୁହେଁ । ଏହା କେନ୍ଦୁଝର ପାଇଁ ଏକ ସୁଦୃଢ଼ କ୍ରୀଡ଼ା ପରିଚୟ ଗଢ଼ିବା, ଉଦୀୟମାନ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ଏଭଳି ଏକ ଦଳ ଗଠନ କରିବା ସହ ଜଡ଼ିତ, ଯାହା ସହ ଏହି ଅଂଚଳର ଲୋକେ ନିଜକୁ ଯୋଡ଼ି ପାରିବେ ଓ ଗର୍ବ ଅନୁଭବ କରିବେ । ଆମେ ଦୀର୍ଘମିଆଦୀ ଭିତିରେ ଏହି ସମ୍ପର୍କକୁ ଆଗକୁ ବଢ଼ାଇବା ସହ ସମଗ୍ର ଓଡ଼ିଶାରେ ତୃଣମୂଳ ସ୍ତରରେ କ୍ରିକେଟ୍ର ବିକାଶରେ ସହଯୋଗ କରିବାକୁ ଆଶାୟୀ ।”

Leave a Reply

Your email address will not be published. Required fields are marked *