ବାରଙ୍ଗରେ ଟିପିସିଓଡିଏଲ୍ର ସେବା ସେତୁ ଶିବିର

ଭୁବନେଶ୍ୱର, ଅକ୍ଟୋବର ୧୦, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍), ସେବା ସଂକଳ୍ପ ଅଭିଯାନ ଏବଂ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ ସେବା ସେତୁ ଶିବିର ମାଧ୍ୟମରେ ରୁଫ୍ଟପ୍ ସୋଲାର ସମ୍ପର୍କରେ ତୃଣମୂଳ ସ୍ତରରେ ସଚେତନତା ଓ ଯୋଗାଯୋଗକୁ ସୁଦୃଢ଼ କରିଚାଲିଛି । ଆଜି କଟକ ଜିଲ୍ଲାର ବାରଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଏକ ସେବା ସେତୁ ଶିବିର ଆୟୋଜିତ ହୋଇଥିଲା । ଏହି ଅବସରରେ ନିଆଳିର ମାନ୍ୟବର ବିଧାୟକ ଶ୍ରୀ ଛବି ମଲ୍ଲିକ ବାରଙ୍ଗର ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ), ଟିପିସିଓଡିଏଲ୍ର ଅକ୍ଷୟ ଶକ୍ତି (ଆରଇ) ସେଲ୍ର ବରିଷ୍ଠ ଅଧିକାରୀ ଏବଂ ଟିପିସିଓଡିଏଲ୍ କର୍ମଚାରୀମାନଙ୍କ ଉପସ୍ଥିତିରେ ଏହି ଯୋଜନା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଷ୍ଟଲ୍କୁ ଉଦ୍ଘାଟନ କରିଥିଲେ ।
ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା କୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ସେବା ସଂକଳ୍ପ ଅଭିଯାନ ଅଧୀନରେ ଏହି ସେବା ସେତୁ ଶିବିରଗୁଡ଼ିକ ଆୟୋଜନ କରାଯାଉଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଗତ ସେପ୍େଟମ୍ବର ୧୭ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବ । ନିଜ ସେବାଯୋଗାଣ ଅଞ୍ଚଳରେ ପୂର୍ବରୁ ୭୯,୦୦୦ରୁ ଅଧିକ ରୁଫ୍ଟପ୍ ସୋଲାର ସଂଯୋଗ ପ୍ରଦାନ କରିସାରିଥିବା ଟିପିସିଓଡିଏଲ୍, ଏବେ ଲୋକଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ତଥ୍ୟ ତଥା ସହାୟତାକୁ ସହଜରେ ଉପଲବ୍ଧ କରାଇବା ପାଇଁ ନିଜର ପ୍ରୟାସକୁ ଆହୁରି ଜୋରଦାର କରିଛି ।
ଏହି ଶିବିରଗୁଡ଼ିକରେ ଉପଭୋକ୍ତାମାନେ ତୁରନ୍ତ ପଞ୍ଜୀକରଣ ସହାୟତା, ସରକାରୀ ରିହାତି ଉପରେ ସୂଚନା, ବ୍ୟାଙ୍କ ଋଣ ତଥା ଆର୍ôଥକ ବିକଳ୍ପ ଉପରେ ମାର୍ଗଦର୍ଶନ ଏବଂ ଭେଣ୍ଡର ଚୟନରେ ସହାୟତା ପାଇପାରିବେ । ଏହି ପଦକ୍ଷେପ ରୁଫ୍ଟପ୍ ସୋଲାରର ଉପଲବ୍ଧତାକୁ ବୃଦ୍ଧି କରିବା ଏବଂ ସେଣ୍ଟ୍ରାଲ ଓଡ଼ିଶାର ଅଧିକରୁ ଅଧିକ ପରିବାରକୁ ସ୍ୱଚ୍ଛ ଶକ୍ତିରୁ ଲାଭ ପହଞ୍ଚାଇବାରେ ସାହାଯ୍ୟ କରିବା ପାଇଁ ଟିପିସିଓଡିଏଲ୍ର ପ୍ରତିବଦ୍ଧତାକୁ ଦୋହରାଉଛି ।
