ଟାଇମ୍‍ସ ହାୟର ଏଜୁକେସନ ସଷ୍ଟେନେବିଲିଟି ଇମ୍ପାକ୍ଟ ରାଙ୍କିଂ ୨୦୨୬: ଚତୁର୍ଥ ସ୍ଥାନକୁ ଉଠିଲା କିଟ୍‍, ଭାରତରେ ଓଭରାଲ୍ ରାଙ୍କିଂରେ ଶୀର୍ଷରେ ବିଶ୍ୱବିଦ୍ୟାଳୟ!

0
KIIT

ଭୁବନେଶ୍ୱର, ୨୪ ।୬: ଟାଇମ୍‍ସ ହାୟର ଏଜୁକେସନ୍ ସଷ୍ଟେନେବିଲିଟି ଇମ୍ପାକ୍ଟ ରାଙ୍କିଙ୍ଗ୍ସ ୨୦୨୬ରେ ଭାରତର ସମସ୍ତ ସରକାରୀ ଏବଂ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍‍ ୪ର୍ଥ ସ୍ଥାନ ହାସଲ କରିଛି । ଗତ ବର୍ଷ କିଟ୍‍ ଏହି ରାଙ୍କିଂର ୫ମ ସ୍ଥାନରେ ଥିଲା। ଏହା ସହିତ ବିଶ୍ୱ ସ୍ତରରେ କିଟ୍‍ ୧୦୧-୨୦୧ କୋହୋର୍ଟରେ ରହିଛି ।

ଏଥିରେ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‍ଡିଜି)ର ସମସ୍ତ ୧୭ ଟି ଲକ୍ଷ୍ୟ ପୂରଣ କରିଛି । କିଟ୍‍ ୪ଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପାଇଁ ଭାରତରେ ଶୀର୍ଷ ସ୍ଥାନ ହାସଲ କରିଛି। ସେଗୁଡ଼ିକ ହେଲା- ଅସମାନତା ହ୍ରାସ (ଏସ୍‍ଡିଜି ୧୦) ଜଳ ତଳେ ଜୀବନ (ଏସ୍‍ଡିଜି ୧୪), ଭୂମି ଉପରେ ଜୀବନ (ଏସ୍‍ଡିଜି ୧୫) ଓ ଶାନ୍ତି, ନ୍ୟାୟ ଓ ଦୃଢ଼ ପ୍ରତିଷ୍ଠାନ  (ଏସ୍‍ଡିଜି ୧୬)। ଏହା ସହିତ, କିଟ୍‍ ଶିଳ୍ପ, ନବସର୍ଜନା ଓ ଭିତ୍ତିଭୂମି (ଏସ୍‍ଡିଜି ୯) ପାଇଁ ସମଗ୍ର ଭାରତରେ ଦ୍ୱିତୀୟ ସ୍ଥାନ ହାସଲ କରିବା ସହ ଅନ୍ୟ ସମସ୍ତ ଏସ୍‍ଡିଜିରେ ଦେଶର ଶ୍ରେଷ୍ଠ ୧୦ ର‌୍ୟାଙ୍କ ବଜାୟ ରଖିଛି । ସେହିପରି ଅନେକ ପ୍ରମୁଖ ମାନଦଣ୍ଡରେ କିଟ୍‍ ଶତ ପ୍ରତିଶତ ସ୍କୋର ହାସଲ କରିଛି । ଏଥିରେ ସ୍ୱାସ୍ଥ୍ୟସେବା ସହଯୋଗ (ଏସ୍‍ଡିଜି ୩), ଗୁଣାତ୍ମକ ଶିକ୍ଷା ପାଇଁ ଗୁଣାତ୍ମକ ଶିକ୍ଷା ପଦକ୍ଷେପ (ଏସ୍‍ଡିଜି ୪), ଶକ୍ତି ସଂରକ୍ଷଣ ପାଇଁ ପ୍ରୟାସ (ଏସ୍‍ଡିଜି ୭), ଅସମାନତା ହ୍ରାସ କରିବା ପାଇଁ ପଦକ୍ଷେପ (ଏସ୍‍ଡିଜି ୧୦) ଓ ସରକାରଙ୍କ ସହ ସକ୍ରିୟ ସହଯୋଗ (ଏସ୍‍ଡିଜି ୧୬) ଆଦି ଅନ୍ତର୍ଭୁକ୍ତ।

ସୂଚନାଯୋଗ୍ୟ, ଟାଇମ୍‍ସ ହାଇୟର ଏଜୁକେସନ୍‍ ବିଶ୍ୱବିଦ୍ୟାଳୟଗୁଡ଼ିକର ଗ୍ଲୋବାଲ୍‍ ରାଙ୍କିଂ କରିବା ବ୍ୟତୀତ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ ଆଧାରରେ କେଉଁ ସବୁ ବିଶ୍ୱବିଦ୍ୟାଳୟ କେତେ ପରିମାଣରେ ସାମାଜିକ ପ୍ରଭାବ ସୃଷ୍ଟି କରିଛନ୍ତି ତା ଉପରେ ମଧ୍ୟ ରାଙ୍କିଂ କରିଥାଏ। ସେହି ଆଧାରରେ କିଟ୍‍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ କିଟ୍‍ ଭଲ ରାଙ୍କ ପ୍ରଦର୍ଶନ କରିଆସୁଛି। ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଗତବର୍ଷଠାରୁ ଚଳିତବର୍ଷ ଉଭୟ କିଟ୍‍ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଇମ୍ପାକ୍ଟ  ରାଙ୍କିଂରେ ଚମତ୍କାର ପ୍ରଦର୍ଶନ କରିଛି। ଗତ କିଛିବର୍ଷ ଧରି ଏଥିରେ କିଟ୍‍ ଅଂଶଗ୍ରହଣ କରିବା ସହ ଉନ୍ନତ ପ୍ରଦର୍ଶନ କରିଆସୁଛି ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *