ଇଫକୋ ଲୋକସମ୍ପର୍କ ଅଧିକାରୀଙ୍କ ଧର୍ମପତ୍ନୀ ସ୍ୱର୍ଗତ ରିନା ବେଉରାଙ୍କ ସ୍ମୃତିସଭା।

0
Untitled

ପାରାଦୀପ- ଇଫକୋ ପାରାଦୀପ ୟୁନିଟ୍ ର ଜନସଂପର୍କ ଅଧିକାରୀ ଓ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ମନ୍ଦିର ର ଟ୍ରଷ୍ଟି ଡ. ପ୍ରସନ୍ନ କୁମାର ବେଉରାଙ୍କ ଧର୍ମପତ୍ନୀ ସ୍ୱର୍ଗତ ରିନା ବେଉରାଙ୍କ ସ୍ମୃତିଚାରଣ ସଭା କେନ୍ଦ୍ରାପଡ଼ା ଜିଲ୍ଲା କୁସୁମପୁର ଠାରେ ଅନୁଷ୍ଠିତ ହୋଇଥିଲା ସ୍ୱର୍ଗତ ରିନା ବେଉରା ଜଣେ ଧର୍ମ ପରାୟଣ ମହିଳା ଭାବେ ଜଣଶୁଣା ଅଟନ୍ତି। ସେ ସର୍ବଦା ଦୁଃଖୀ ଦରିଦ୍ର ଲୋକଙ୍କୁ ସାହାଯ୍ୟ କରୁଥିବା ମହିଳା ଭାବେ ବେସ୍ ପରିଚିତ।

ତାଙ୍କ ଗ୍ରାମ କୁସୁମପୁର ଠାରେ ତାଙ୍କର ସମସ୍ତ ଶୁଦ୍ଧିକ୍ରିୟା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଲୋକମାନେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହିତ ସ୍ୱର୍ଗତ ଶ୍ରୀମତୀ ବେଉରାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂଜ୍ୟସନ୍ଥ, ଆଧ୍ୟାତ୍ମିକ ନେତୃତ୍ୱ, ରାଜନେତା, ଜନପ୍ରତିନିଧି, ସାମାଜିକ କର୍ମୀ, ସାମ୍ୱାଦିକ, ଏନ୍.ଜି.ଓ ପ୍ରତିନିଧି, ଇଫକୋ ଅଧିକାରୀ ଏବଂ କର୍ମଚାରୀଙ୍କ ସହ ବନ୍ଧୁ, ସମ୍ପର୍କୀୟ, ଶୁଭେଚ୍ଛୁ ଓ ମନ୍ୟଗନ୍ୟ ବ୍ୟକ୍ତିମାନେ ଯୋଗ ଦେଇ ଦିବଙ୍ଗତ ଆତ୍ମାର ସତ୍ଗତି ପାଇଁ ପ୍ରାର୍ଥନା କରିଥିଲେ। ସେହିପରି ଇଫକୋ ର ପରିଚାଳନା ନିର୍ଦ୍ଦେଶକ କେ. ଜେ.ପଟେଲ ଏବଂ ମମତା ପଟେଲ ଶୋକସନ୍ତପ୍ତ ପିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସ୍ୱର୍ଗତ ରିନା ବେଉରାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିବା ସମସ୍ତଙ୍କୁ, ଡ.ପ୍ରସନ୍ନ କୁମାର ବେଉରା ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *