ଟିପିଏନ୍ଓଡିଏଲ୍ ତରଫରୁ ଅଭିନବ ଉପଭୋକ୍ତା ପୁରସ୍କାର ଯୋଜନାର ଶୁଭାରମ୍ଭ

ବାଲେଶ୍ୱର, ଓଡ଼ିଶା, ୦୮ ଅଗଷ୍ଟ ୨୦୨୬: ବିଦ୍ୟୁତ ବିତରଣ କ୍ଷେତ୍ରରେ ପରିଚାଳନା ଉତ୍କର୍ଷତା ଏବଂ ଉପଭୋକ୍ତା ସନ୍ତୁଷ୍ଟି ଦିଗରେ ‘ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ଜାରି ରହିଛି । ଏହି କ୍ରମରେ ଉପଭୋକ୍ତାମାନଙ୍କ ସହ ସମ୍ପର୍କକୁ ଆହୁରି ନିବିଡ଼ କରିବା ଏବଂ ସେମାନଙ୍କୁ ଅଧିକ ମୂଲ୍ୟଯୁକ୍ତ ସେବା ପ୍ରଦାନ କରିବା ଲକ୍ଷ୍ୟରେ ସଂସ୍ଥା ତରଫରୁ ଉପଭୋକ୍ତା ପୁରସ୍କାର ଯୋଜନାର ଶୁଭାରମ୍ଭ ହୋଇଛି I
ଏହି ଅବସରରେ ଆଞ୍ଚଳିକ ଓ ଜାତୀୟ ସ୍ତରର ବିଭିନ୍ନ ବ୍ୟାବସାୟିକ ଉଦ୍ୟୋଗ ତଥା ବ୍ରାଣ୍ଡ ମାନଙ୍କ ସହ ଟିପିଏନ୍ଓଡିଏଲ୍ ହାତ ମିଳାଇଛି । ଯାହାଦ୍ୱାରା ଉପଭୋକ୍ତାମାନେ ଜୀବନ ଶୈଳୀ, ହୋଟେଲ ଓ ଆତିଥେୟତା, ସ୍ୱାସ୍ଥ୍ୟ କଲ୍ୟାଣ ଏବଂ ରିଟେଲ କ୍ଷେତ୍ରରେ ସ୍ୱତନ୍ତ୍ର ରିହାତିର ଲାଭ ଉଠାଇପାରିବେ । ପ୍ରମୁଖ ଆଞ୍ଚଳିକ ଭାଗିଦାରୀ ମଧ୍ୟରେ ବାଲେଶ୍ୱରର ହୋଟେଲ ନୋସି ରେସିଡେନ୍ସି ଓ ହୋଟେଲ ନୀଳାଦ୍ରି ଇନ୍, ଯାଜପୁରର ହୋଟେଲ ଡିଉ ପ୍ଲାଜା ଓ ହୋଟେଲ ବ୍ରାହ୍ମଣୀ ଏବଂ ଭଦ୍ରକର ହୋଟେଲ ଅତିଥି ଭଳି ଜଣାଶୁଣା ହୋଟେଲସମୂହ ସାମିଲ ଅଛନ୍ତି । ଏହାସହିତ ମନୋରଞ୍ଜନ ଓ ୱେଲନେସ କ୍ଷେତ୍ରରେ ଭୁବନେଶ୍ୱରର ୱାଣ୍ଡରଲା ଆମ୍ୟୁଜମେଣ୍ଟ ପାର୍କ, ବାଲେଶ୍ୱରର ପଦ୍ମାବତୀ ୱାଟର ପାର୍କ ଆଣ୍ଡ ରିସୋର୍ଟ ଏବଂ ଭଦ୍ରକର ଭିଭିଡ ୟୁନିସେକ୍ସ ସେଲୁନ୍ ଆଣ୍ଡ ସ୍ପା ତଥା ଆବସୋଲ୍ୟୁଟ ଫିଟନେସ ଏହି ପୁରସ୍କାର ଯୋଜନାରେ ଯୋଡି ହୋଇଛନ୍ତି । ଅପରପକ୍ଷରେ, ଜୋଜୋଡେ ପରି ଇ-ସେବା ପ୍ଲାଟଫର୍ମର ସାମିଲ ଦ୍ଵାରା ଉପଭୋକ୍ତାମାନେ ପୋଷାକ, କଞ୍ଜୁମର ଇଲେକ୍ଟ୍ରୋନିକ୍ସ, ଭ୍ରମଣ, ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରସିଦ୍ଧ ଜାତୀୟ ବ୍ରାଣ୍ଡଗୁଡ଼ିକର ମଧ୍ୟ ବିଭିନ୍ନ ରିହାତି ପାଇପାରିବେ ।
ଏହି ପୁରସ୍କାର ଯୋଜନା ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏନ୍ଓଡିଏଲ୍ ଏବଂ ଶ୍ରୀ ସଞ୍ଜୀବ ଗୁପ୍ତା, ସିଏଫ୍ଓ, ଟାଟା ପାୱାର ସଞ୍ଚାରଣ ଓ ବିତରଣ କ୍ଲଷ୍ଟରଙ୍କ ସମେତ ସଂସ୍ଥାର ବରିଷ୍ଠ ଅଧିକାରୀ ତଥା ବ୍ୟାବସାୟିକ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି । ଏହି ଅବସରରେ, ଅଂଶୀଦାର ସଂସ୍ଥାର ପ୍ରତିନିଧିମାନେ ଉତ୍ତର ଓଡ଼ିଶାରେ ଟିପିଏନ୍ଓଡିଏଲ୍ର ନିର୍ଭରଯୋଗ୍ୟ ବିଦ୍ୟୁତ୍ ଭିତ୍ତିଭୂମି ଏବଂ ଗୁଣାତ୍ମକ ଉପଭୋକ୍ତା ସେବାର ପ୍ରଶଂସା କରିବା ସହ ଟିପିଏନ୍ଓଡିଏଲ୍ ସହ ସହଭାଗୀତା ନେଇ ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ।
ଏହି ଯୋଜନାର ମୂଳ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରି ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏନ୍ଓଡିଏଲ୍ କହିଛନ୍ତି, “କେବଳ ପାରମ୍ପରିକ ବିଦ୍ୟୁତ୍ ବିତରଣ ମଧ୍ୟରେ ସୀମିତ ନରହି, ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ତଥା ମୂଲ୍ୟଯୁକ୍ତ ବିଶେଷ ସେବା ପ୍ରଦାନ ନେଇ ଟିପିଏନ୍ଓଡିଏଲ୍ ସର୍ବଦା ଚେଷ୍ଟା ଜାରି ରଖିଛି । ଉପଭୋକ୍ତା ପୁରସ୍କାର ଯୋଜନା କମ୍ପାନୀର ନୂତନତା ଓ ଉପଭୋକ୍ତା ସନ୍ତୁଷ୍ଟି ପ୍ରତି ଥିବା ନିଷ୍ଠାକୁ ପ୍ରତିଫଳିତ କରୁଛି I ଏହା ଉପଭୋକ୍ତାମାନଙ୍କ ସହ ସୁଦୃଢ଼ ବିଶ୍ୱାସ ଗଢ଼ିତୋଳିବା ଏବଂ ସେମାନଙ୍କ ସହ ସକ୍ରିୟ ଭାଗିଦାରୀକୁ ଆହୁରି ମଜଭୁତ କରିବାରେ ସହାୟକ ହେବ” I
ନିତ୍ୟାବଶ୍ୟକୀୟ ଗୁଣାତ୍ମକ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ସହିତ ଜୀବନଶୈଳୀ ଭିତ୍ତିକ ସୁବିଧା ଓ ସୁଯୋଗର ସଫଳ ସଂଯୋଜନା କରି ଟିପିଏନ୍ଓଡିଏଲ୍ ଅଞ୍ଚଳରେ ଏକ ଅଗ୍ରଗାମୀ ଏବଂ ମୂଲ୍ୟ-ଭିତ୍ତିକ ସହଯୋଗୀ ଭାବେ ନିଜର ପରିଚୟକୁ ଅଧିକ ସୁଦୃଢ଼ କରିପାରିଛି ।
