ହିମାଳୟ ବେବିକେୟାର୍‍ ଏକ ଶିଶୁର ପ୍ରଥମ ଅନୁଭବ ଗୁଡିକ ଜରିଆରେ ‘ମମ୍ମା ୱାଲି ଫିଲିଙ୍ଗ୍‍’କୁ ନେଇ ହୃଦୟସ୍ପର୍ଶୀ ମାତୃଦିବସ ଡିଭିସି ଉନ୍ମୋଚନ କଲା

0
Image_2

ମୁମ୍ବାଇ: ଶିଶୁମାନେ ଭଲ ପାଉଥିବା ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ଶିଶୁ ଯତ୍ନକାରୀ ବ୍ରାଣ୍ଡ୍‍ ହିମାଳୟ ବେବିକେୟାର ସଦା ପରିବର୍ତ୍ତନଶୀଳ ମାତୃତ୍ୱର ଯାତ୍ରାକୁ ପାଳନ କରିବାକୁ ଯାଇ ଏହି ମାତୃ ଦିବସରେ ଏକ ହୃଦୟସ୍ପର୍ଶୀ ଡିଭିସି ଉନ୍ମୋଚନ କରିଛି । ଏହି ପ୍ରଚାର ଅଭିଯାନ ଏକାଧିକ ଶିଶୁଙ୍କର ‘ପ୍ରଥମ’ ଏବଂ ସେମାନେ ଆଗକୁ ବହନ କରୁଥିବା ଉଷ୍ଣ ଭାବପ୍ରବଣତାଗୁଡିକ ଜରିଆର ଏହି ଯାତ୍ରା ସମ୍ପର୍କରେ ଆଲୋକପାତ କରୁଛି । ଏହାର ମୂଳରେ ରହିଥିବା ଚିନ୍ତଧାରା ହେଉଛି ଯେ ଏହି ଉଲ୍ଲେଖନୀୟ ଘଟଣାଗୁଡିକ ଯେତେବେଳେ ଗୋଟିଏ ଶିଶୁର ଅଭିବୃଦ୍ଧିକୁ ନେଇ ଖୁସି ମନାଉଛି, ସେତେବେଳେ ଏହି ମୁହୂର୍ତ୍ତଗୁଡିକ ମା’ଙ୍କ ପାଇଁ ମଧ୍ୟ ସେତିକି ଗୁରିତ୍ୱପୂର୍ଣ୍ଣ ଓ ଭାବପ୍ରବଣପୂର୍ଣ୍ଣ ଅଟେ । ବର୍ତ୍ତମାନର ପରିବର୍ତ୍ତିତ ପିତୃତ୍ୱ ଓ ମାତୃତ୍ୱ ଯାତ୍ରାରେ ଏହିଭଳି ଅନେକ ମୁହୂର୍ତ୍ତ ନିରବରେ ଅତିବାହିତ ହୋଇଯାଉଛି, ଅନେକ ସମୟରେ ତାହା ଜଣାପଡୁନାହିଁ । ଏହି ଡିଭିସି ସହିତ ହିମାଳୟ ବେବିକେୟାର ମା’ଙ୍କର ଅଭିଜ୍ଞତା ଉପରେ ସମୁଦାୟ ବର୍ଣ୍ଣନାକୁ କେନ୍ଦ୍ରୀଭୂତ କରିଛି- ଏବଂ ତାହା ପ୍ରତ୍ୟେକ ‘ପ୍ରଥମ’ ସହିତ ସହଜାତ ବନ୍ଧନକୁ ନେଇ ଆନନ୍ଦ ଉତ୍ସାହ ମନାଉଛି ।

କାଳଜୟୀ ଲୋରି ‘ଚନ୍ଦା ହୈ ତୁ’ ଦ୍ୱାରା ଅନୁପ୍ରେରିତ ହୋଇ ଏହି ଚଳଚ୍ଚିତ୍ର ଏକ ପ୍ରତିଫଳନକାରୀ ବର୍ଣ୍ଣନା ଭାବରେ ସମ୍ମୁଖକୁ ଆସୁଛି, ଯାହା ଶିଶୁର ପ୍ରଥମ ଉଲ୍ଲେଖନୀୟ ଘଟଣାଗୁଡିକ ଜରିଆରେ ମାତୃତ୍ୱର ଭାବପ୍ରବଣ ଯାତ୍ରାର ସନ୍ଧାନ କରୁଛି, ଏବଂ ଏହା ଏକ ଉଷ୍ଣ, ସ୍ୱୃତିବିଜଡିତ ଏବଂ ସାଂସ୍କୃତିକ ପରିଚିତିର ଭାବନାକୁ ଉଦ୍ରେକ କରୁଛି । ଚଳଚ୍ଚିତ୍ରଟି ଏକ ଫ୍ଲା୍‍ଶ୍‍ବ୍ୟାକ୍‍ ସହିତ ଆରମ୍ଭ ହେଉଛି, ଯେଉଁଥିରେ ଜଣେ ମା’ ତାଙ୍କର ଶିଶୁ କନ୍ୟାକୁ ବିଦ୍ୟାଳୟରେ ପ୍ରଥମ ଦିନ ନିମନ୍ତେ ପ୍ରସ୍ତୁତ କରାଉଛି । ଏହା ଏକ ବୃହତ୍‍ ଉଲ୍ଲେଖନୀୟ ଘଟଣା ଏବଂ ଜଣେ ମା’ ଶିଶୁ ପାଇଁ ଯାହା କରୁଛନ୍ତି ତାହା ଜଣେ ସେହି ମା’ଙ୍କ ପାଇଁ ସେହିଭଳି ଭାବପ୍ରବଣ ଭାବନା ସୃଷ୍ଟି କରୁଛି ।

ଝିଅକୁ ୟୁନିଫର୍ମରେ ସେହିଭଳି ଛିଡା ହୋଇଥିବା ଦେଖି ମା’ଙ୍କ ମନରେ ଅନେକ ସ୍ମୃତିର ଲହଡି ଉଙ୍କି ମାରୁଛି । ଗୋଟିଏ ପରେ ଗୋଟିଏ ବର୍ଷ ଆଖି ଆଗରେ ନାଚି ଯାଉଛି, ଏବଂ ମା’ଙ୍କୁ ସେମାନେ ସହଭାଗୀ ହୋଇଥିବା ସେହିସବୁ ନୀରବ, ଦୈନନ୍ଦିନ ମୁହୂର୍ତ୍ତଗୁଡିକ ମନେପଡିଯାଉଛି । ପ୍ରଥମ କୋମଳ ବାର୍ତ୍ତା ଏବଂ ଗାଧୁଆ ସମୟର ଓଦା ମୁହୂର୍ତ୍ତଗୁଡିକ ଠାରୁ ନେଇ ଚଟାଣରେ ଖେଳିବା ଏବଂ ଯତ୍ନର ସରଳ ମୁହୂର୍ତ୍ତଗୁଡିକ ପର୍ଯ୍ୟନ୍ତ କେବଳ ନିତ୍ୟ ନୈମିତିକ କାର୍ଯ୍ୟ ନଥିଲା, ବରଂ ସେଗୁଡିକ ସେମାନଙ୍କର ବନ୍ଧନକୁ ମଜଭୁତ କରି ସୃଷ୍ଟି କରିଥିବା ସେହି ଛୋଟ ଛୋଟ ମୁହୂର୍ତ୍ତଗୁଡିକ ଥିଲା ।

ଏହି ପ୍ରଚାର ଅଭିଯାନ ସମ୍ପର୍କରେ ପ୍ରକାଶ କରି ଚକ୍ରବର୍ତ୍ତୀ ଏନ୍‍.ଭି., ଡାଇରେକ୍ଟର- ବେବିକେୟାର, ହିମାଳୟ ୱେଲ୍‍ନେସ୍‍ କମ୍ପାନୀ କହିଥିଲେ, “ହିମାଳୟ ବେବିକେୟାର୍‍ରେ ଆମର ବିଶ୍ୱାସ ଯେ ମାତୃତ୍ୱ ଅନେକ ‘ପ୍ରଥମ’କୁ ନେଇ ରୂପାୟିତ ହୋଇଥାଏ- ତାହା ଏକ ସ୍ଥାୟୀ ଭାବପ୍ରବଣତାପୂର୍ଣ୍ଣ ଛାପ ଛାଡୁଥିବା କ୍ଷଣସ୍ଥାୟୀ ଅଥଚ ଅର୍ଥପୂର୍ଣ୍ଣ ମୁହୂର୍ତ୍ତଗୁଡିକ ଅଟେ । ଏହି ପ୍ରଚାର ଅଭିଯାନ ଜରିଆରେ ଆମେ ଜଣେ ମା’ଙ୍କ ଯାତ୍ରାକୁ ପରିଭାଷିତ କରୁଥିବା ଏହି ଦୈନନ୍ଦିନ ଅନୁଭୂତିଗୁଡିକୁ ନେଇ ଖୁସି ମନାଉଛୁ । ‘ମମ୍ମା ୱାଲି ଫିଲିଙ୍ଗ୍‍’ ପ୍ରତ୍ୟେକଟି ସ୍ପର୍ଶ, ପ୍ରତ୍ୟେକ ଉଲ୍ଲେଖନୀୟ ଘଟଣା ଏବଂ ଜୀବନ ଯାତ୍ରାରେ ଘଟୁଥିବା ପ୍ରତ୍ୟେକଟି ସ୍ମରଣୀୟ ଖୁସି ମୁହୂର୍ତ୍ତଗୁଡିକ ସହିତ ପରିବର୍ଦ୍ଧିତ ହେଉଛି । କେବଳ ଜଣେ କୋମଳ, ନିରାପଦ ଏବଂ ବିଶ୍ୱସନୀୟ ଉତ୍ପାଦର ଊର୍ଦ୍ଧ୍ୱରେ ଆମେ ମାର୍ଗଦର୍ଶନ, ସମ୍ବଳ, ମା’ମାନଙ୍କୁ ସମର୍ଥନ ଯୋଗାଇଦେଇ ସେମାନଙ୍କୁ ପୂର୍ଣ୍ଣ ଆତ୍ମବିଶ୍ୱାସ ଓ ଶାନ୍ତ ମନ ସହିତ ଆଗକୁ ବଢିବାରେ ସହାୟତା କରିବା ନିମନ୍ତେ ପ୍ରତିବଦ୍ଧ ରହିଛୁ ।”

ଇିଶ୍ୱନାଥ ସେଟ୍ଟି, ଡି୨ସି ହେଡ୍‍, ପକେଟ ଏସେସ୍‍ କହିଥିଲେ, “ଫିଲ୍‍ଟର କପିରେ ଆମର ବିଶ୍ୱାସ ଯେ ମଜଭୁତ ବ୍ରାଣ୍ଡ୍‍ କାହାଣୀଗୁଡିକ କହିଲେ ତାହା ବୁଝାଏ ଯାହା ବାସ୍ତବ ଏବଂ ଶୁଦ୍ଧ ମନେହୁଏ । ସାରେଗାମା ଆମକୁ ଯେଉଁଭଳି ଏକ ଅନନ୍ୟ ଫାଇଦା ପ୍ରଦାନ କରୁଛି ସେହି ପରିବ୍ୟବସ୍ଥାର ଅଂଶ ଭାବରେ ଏହା ଆମକୁ ଗଭୀର ସାଂସ୍କୃତିକ ଏବଂ ଭାବପ୍ରବଣ ସାମଞ୍ଜସ୍ୟ ବହନ କରୁଥିବା କାଳଜୟୀ ସଂଗୀତଗୁଡିକ ସହିତ କାହାଣୀ କଥନର ସମ୍ମିଶ୍ରଣ ଘଟାଇବାକୁ ସୁଯୋଗ ଦେଉଛି । ‘ଚନ୍ଦା ହୈ ତୁ’ର ହୃଦୟସ୍ପର୍ଶୀ ଲୋକପ୍ରୟିତା ଜରିଆରେ ଆମେ ମାତୃତ୍ୱର କ୍ଷୁଦ୍ର ଅଥଚ ଅଭୁଲା ମୁହୂର୍ତ୍ତଗୁଡିକୁ ଧରି ରଖିବାକୁ ଚାହିଁଥିଲୁ ଯାହା ହିମାଳୟ ବେବିକେୟାର୍‍ର ବାର୍ତ୍ତାକୁ ବ୍ୟକ୍ତିଗତ ଏବଂ ସମ୍ପର୍କିତ କରି ଗଢିତୋଳୁଛି । ଦର୍ଶକମାନଙ୍କ ସହିତ ଆମର ସମ୍ପର୍କକୁ ଆମର ଯୁବ ତାମିଲ ଚାନେଲ ଫିଲ୍‍ଟ କପି ଏନ୍‍ଗା ଏରିଆରେ ଅଧିକ ନିବିଡ କରିବାକୁ ଆମେ ମଧ୍ୟ କାର୍ତ୍ତିକ ରାଜା, ପଦ୍ମଲତା ଏବଂ କେୟୁ.କାର୍ତ୍ତିକଙ୍କ ସମେତ ଏହି ଶିଳ୍ପର କେତେକ ସର୍ବୋତ୍ତମ ଅଭିନେତା ଅଭିନେତ୍ରୀଙ୍କୁ ନେଇ ଉକ୍ତ ଟ୍ରାକ୍‍ର ତାମିଲ ସଂସ୍କରଣ ପ୍ରସ୍ତୁତ କରିଛୁ ଏବଂ ସମୁଦାୟ ବର୍ଣ୍ଣନାକୁ ଏକ ତାଜା ଏବଂ ସ୍ମୃତିଚାରଣୟୀ ଭାବପ୍ରବଣପୂର୍ଣ୍ଣ ଦିଗ ପ୍ରଦାନ କରିଛୁ ।”

Leave a Reply

Your email address will not be published. Required fields are marked *

You may have missed