ଆସାମ ମୁଖ୍ୟମନ୍ତ୍ରୀ ଆସାମ ବନ୍ୟା ରିଲିଫ୍ ନିମନ୍ତେ ବେଦାନ୍ତ ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲଙ୍କ ୭ କୋଟିଟଙ୍କାର ଅବଦାନକୁ ପ୍ରଶଂସା କରିଛନ୍ତି

ଭୁବନେଶ୍ୱର, ଅଗଷ୍ଟ ୭, ୨୦୨୬: ଆସାମରେ ଭୟାବହ ବନ୍ୟାରେ ପ୍ରଭାବିତ ଲୋକଙ୍କ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟ ପାଇଁ ବେଦାନ୍ତର ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲ ଓ ବେଦାନ୍ତ ଗ୍ରୁପ୍ ପକ୍ଷରୁ ପ୍ରଦାନ କରାଯାଇଥିବା ୭ କୋଟି ଟଙ୍କାର ଆର୍ôଥକ ସହାୟତାକୁ ଆସାମର ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ୱଶର୍ମା ପ୍ରଶଂସା କରିଛନ୍ତି ।
ସାମାଜିକ ଗଣମାଧ୍ୟମ \”ଏକ୍ସ\’ରେ କରିଥିବା ଏକ ପୋଷ୍ଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି, “ଶ୍ରୀ ଅଇଦ୍ଭସକ୍ଷଇଶବକ୍ସଙ୍ଗବକ୍ଷପଠରୟ ଦୀର୍ଘ ଦିନ ଧରି ଆସାମର ବିକାଶ ଯାତ୍ରାର ଜଣେ ଦୃଢ଼ ସମର୍ଥକ ରହିଆସିଛନ୍ତି ଏବଂ ବେଦାନ୍ତ ଗ୍ରୁପ୍ ଆମ ରାଜ୍ୟରେ ଉଲ୍ଲେଖନୀୟ ନିବେଶ କରିଛି ।
ଏହି ଭୟାବହ ବନ୍ୟା ସମୟରେ ବେଦାନ୍ତ ପୁଣି ଥରେ ଆଗକୁ ଆସି ରିଲିଫ୍ ଓ ପୁନର୍ବାସ କାର୍ଯ୍ୟ ପାଇଁ ୭ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି । ଆସାମର ଲୋକଙ୍କ ସହ ଏଭଳି ଦୁଃସମୟରେ ଠିଆ ହୋଇଥିବାରୁ ଆମେ ଶ୍ରୀ ଅନିଲ ଅଗ୍ରୱାଲ ଓ ବେଦାନ୍ତ ଗ୍ରୁପ୍ ପ୍ରତି ଆନ୍ତରିକ କୃତଜ୍ଞ ଏବଂ ସମାଜକୁ ଫେରାଇ ଦେବାରେ ତାଙ୍କର ଦୃଢ଼ ବିଶ୍ୱାସ ଏହି ଉଦାର ପଦକ୍ଷେପ ଏକ ପ୍ରତିଫଳନ ।” ଏହି ୭ କୋଟି ଟଙ୍କାର ଆର୍ôଥକ ସହାୟତାକୁ ତୁରନ୍ତ ରିଲିଫ୍ କାର୍ଯ୍ୟ ଯଥା ଖାଦ୍ୟ, ଆଶ୍ରୟ, ବିଶୁଦ୍ଧ ପାନୀୟ ଜଳ ଓ ଚିକିତ୍ସା ସେବା ଯୋଗାଇବା ସହ ଦୀର୍ଘମିଆଦି ପୁନର୍ବାସ କାର୍ଯ୍ୟରେ ବ୍ୟବହାର କରଯିବ । ତୈଳ ଓ ଗ୍ୟାସ କ୍ଷେତ୍ରରେ ନିଜର କାର୍ଯ୍ୟକଳାପ ମାଧ୍ୟମରେ ବେଦାନ୍ତ ଗ୍ରୁପ୍ର ଆସାମରେ ଦୀର୍ଘ ଦିନର ଉପସ୍ଥିତି ରହିଛି ।
