ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ପରିଦୃଶ୍ୟରେ ଉନ୍ନତି ପାଇଁ ସୁଧ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ

ଭୁବନେଶ୍ୱର: ନିଜର ଜୁନ ନୀତି ତୁଳନାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ସୁଧ ହାରକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବା ସହ ନିରପେକ୍ଷ ଆଭିମୁଖ୍ୟ ବଜାୟ ରଖିଛି, କିନ୍ତୁ ୨୦୨୬-୨୭ ଆର୍ଥିକ ବର୍ଷର ମାକ୍ରୋଇକୋନମିକ୍ ଆଉଟ୍ଲୁକ୍ରେ ଉନ୍ନତି ଆଣିଛି । ବାସ୍ତବ ଜିଡିପି ଅଭିବୃଦ୍ଧି ୬.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି ଯାହା ପୂର୍ବର ୬.୬ ପ୍ରତିଶତ ଆକଳନଠାରୁ ଅଧିକ । ସେହିପରି ମୁଦ୍ରାସ୍ଫୀତି ଆକଳନକୁ ମଧ୍ୟ ପୂର୍ବର ୫.୧୦ ପ୍ରତିଶତଠାରୁ କମ୍ କରି ୫.୦ ପ୍ରତିଶତ କରାଯାଇଛି । ଏହି ସଂଶୋଧନ ସେହି ବିଶ୍ୱାସକୁ ଦର୍ଶାଉଛି ଯେ ତୁରନ୍ତ କୌଣସି ନୀତିଗତ ପଦକ୍ଷେପ ଗ୍ରହଣ ନ କରି ଘରୋଇ ଚାହିଦା ଓ ଆର୍ଥିକ ସ୍ଥିତି ଜରିଆରେ ବାହ୍ୟ ଚାପର ମୁକାବିଲ କରାଯାଇପାରିବ । ଭୂରାଜନୈତିକ ସଙ୍କଟ, ଅସ୍ଥିର ଶକ୍ତି ମୂଲ୍ୟ, ଯୋଗାଣ ଶୃଙ୍ଖଳ ବିଭ୍ରାଟ ଓ ଏଲ୍ନିନୋ ଜନିତ ଅନିଶ୍ଚିତତା ସତ୍ୱେ ଭାରତର ଅଭିବୃଦ୍ଧି ଦୃଢ଼ ରହିଛି । ବଳିଷ୍ଠ ବ୍ୟକ୍ତିଗତ ଉପଭୋଗ, ନିରନ୍ତର ନିବେଶ ଗତି ଓ ସୁଦୃଢ଼ ସେବା କାର୍ଯ୍ୟକଳାପ ବିକାଶ ପରିଦୃଶ୍ୟକୁ ସମର୍ଥନ କରୁଛି ଯଦିଓ ଉଚ୍ଚ ଇନପୁଟ୍ ଓ ଲଜିଷ୍ଟିକ୍ସ ଖର୍ଚ୍ଚ କେତେକ ମନୋନୀତ କ୍ଷେତ୍ର ଉପରେ ଚାପ ସୃଷ୍ଟି କରିଛି ।
ସ୍ୱାସ୍ଥ୍ୟକର ବ୍ୟାଙ୍କିଙ୍ଗ-ସିଷ୍ଟମ୍ ତରଳତା ଓ ନିରନ୍ତର ଋଣ ଚାହିଦା ସଂଚରଣ ସାହାଯ୍ୟ କରିବା ଉଚିତ, ଯେତେବେଳେ କି ସମ୍ଭାବ୍ୟ ଏଫସିଏନଆର (ବି) ପ୍ରବାହ ବୈଦେଶିକ ମୁଦ୍ରା ପାଣ୍ଠିକୁ ସୁଦୃଢ଼ କରିବା ଏବଂ ବଜାର ତରଳତା ଉପରେ ଚାପ ହ୍ରାସ କରିବା ସମ୍ଭାବନା ରହିଛି । ଅପରିବର୍ତ୍ତିତ ହାର ଋଣଗ୍ରହିତା ଓ ବ୍ୟବସାୟଗୁଡ଼ିକୁ ଅଧିକ ନିକଟତର ଅବଧି ନିଶ୍ଚିତତା ମଧ୍ୟ ପ୍ରଦାନ କରୁଛି । ତଥାପି ଆରବିଆଇ ସଜାଗ ରହିବାର ସମ୍ଭାବନା ଅଛି କାରଣ ଅଶୋଧିତ ତୈଳ ମୂଲ୍ୟ, ମୁଦ୍ରା ଚଳପ୍ରଚଳ, ଖାଦ୍ୟ ମୁଦ୍ରାସ୍ଫୀତି ଓ ବୈଶ୍ୱିକ ମୁଦ୍ରା କଠୋରତା ବିପଦର ସନ୍ତୁଳନକୁ ବଦଳାଇଦେବାର ଆଶଙ୍କା ରହିଛି ।
ସାମଗ୍ରିକ ଭାବେ ଫଳାଫଳ ପୂର୍ବ ନୀତି ପରିଦୃଶ୍ୟ ତୁଳନାରେ ଅଧିକ ଆଶାବାଦୀ କିନ୍ତୁ ତଥାପି ସତର୍କତାମୂଳକ । ବିକାଶ ଆଶା ସୁଦୃଢ଼ ହୋଇଛି, ମୁଦ୍ରାସ୍ଫୀତି ଚିନ୍ତା ସାମାନ୍ୟ ହ୍ରାସ ପାଇଛି ଏବଂ କେନ୍ଦ୍ରୀୟ ବ୍ୟାଙ୍କ ପରିସ୍ଥିତି ବଦଳିଲେ ପ୍ରତିକ୍ରିୟା ଦେବା ପାଇଁ ନମନୀୟତା ବଜାୟ ରଖିଛି । ଆମେ ନାମଦେବ ଫିନଭେଷ୍ଟ ଲିମିଟେଡ୍ରେ ପଶ୍ଚିମ ଏସିଆ ସଂଘର୍ଷ ଓ ସାଧାରଣ ଭାବରେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଏଲ୍ ନିନୋର ପ୍ରଭାବର ଦ୍ୱନ୍ଦ୍ୱାତ୍ମକ ବିପଦ ହେତୁ ଅସ୍ପଷ୍ଟ ପରିଦୃଶ୍ୟ ମଧ୍ୟରେ ଏକ ରକ୍ଷଣଶୀଳ ଆଭିମୁଖ୍ୟ ବଜାୟ ରଖୁଛୁ ।
ଏମଏସଏମଇ କ୍ଷେତ୍ର ପାଇଁ ବିଗତ ଦୁଇ ବର୍ଷ ନିୟାମକ କଠୋରତା ଓ ଉଚ୍ଚ ବିପଦ-ଭାର ଆବଶ୍ୟକତାର ସମୟ ଥିଲା ଯାହା ଅଣ୍ଡରରାଇଟିଂ ମାନକକୁ ସୁଦୃଢ଼ କରିଛି ଓ ସମଗ୍ର ଉଦ୍ୟୋଗରେ ଋଣ ଅନୁଶାସନକୁ ସୁଧାରିଛି । ସମ୍ପତି ଗୁଣବତ।। ସୁଧୁରିଛି, ଲିଭରେଜ୍ ସ୍ତର ସୀମିତ ହୋଇଛି ଓ ଋଣ ଚାହିଦା ସୁସ୍ଥକର ରହିଛି । ଆମେ ବିଶ୍ୱାସ କରୁ ଯେ ଏହି କ୍ଷେତ୍ର ପ୍ରାୟତଃ ଚାପ ଚକ୍ରର ଶୀର୍ଷ ଦେଇ ଗତି କରିସାରିଛି ଏବଂ ଉନ୍ନତ ଋଣ ଗୁଣବତା, କମ୍ ଅତ୍ୟଧିକ ଲିଭରେଜ୍ ଏବଂ ସୁଦୃଢ଼ ଋଣଗ୍ରହିତା ସହନଶୀଳତା ସହିତ ଏକ ଅଧିକ ସ୍ଥାୟୀ ବିକାଶ ପର୍ଯ୍ୟାୟରେ ପ୍ରବେଶ କରୁଛି । ଏମ୍ଏସ୍ଏମ୍ଇ ଋଣ ବକେୟା ବାର୍ଷିକ ଆଧାରରେ ୧୬% ବୃଦ୍ଧି ପାଇ ୬୭.୬ ଲକ୍ଷ କୋଟି ଟଙ୍କାରେ ପହଂଚିଛି ଓ ମୋଟ ଏନପିଏ ଗତ ବର୍ଷ ତୁଳନାରେ ପ୍ରାୟ ଏକ ପ୍ରତିଶତ ସୁଧୁରିଛି । ଏହି ପରିବେଶରେ ଗଭୀର ଗ୍ରାମୀଣ ଓ ଅର୍ଦ୍ଧ-ସହରୀ ଉପସ୍ଥିତି ଏବଂ ସୁଦୃଢ଼ ବିପଦ ଆକଳନ କ୍ଷମତା ଥିବା ଏନବିଏଫସିଗୁଡ଼ିକ ବିଚକ୍ଷଣ ବିକାଶ ବଜାୟ ରଖିବା ସହିତ ଅବହେଳିତ ଏମଏସଏମଇ ଓ ମାଇକ୍ରୋଫାଇନାନ୍ସ ଋଣଗ୍ରହିତାମାନଙ୍କୁ ସମର୍ଥନ କରିବା ପାଇଁ ସର୍ବୋତ୍ତମ ସ୍ଥିତିରେ ରହିବେ । ଆମେ ଆଶା କରୁଛୁ ଯେ ଏହି ବଜାରଗୁଡ଼ିକ ଋଣ ଚାହିଦାର ମୁଖ୍ୟ ଚାଳକ ହୋଇ ରହିବ ଯାହା ସୁଧୁରୁଥିବା ସଂପତି ଗୁଣବତା, ପାଣ୍ଠି ଉପଲବ୍ଧତା ଓ ସୁଦୃଢ଼ ଋଣଗ୍ରହିତା ମୌଳିକତା ଦ୍ୱାରା ସମର୍ôଥତ ।
ସ୍ଥିର ନୀତି ପରିବେଶ ପାଣ୍ଠି ଖର୍ଚ୍ଚ ଓ ସୁଧ ହାର ଆଶା ଉପରେ ଅଧିକ ସ୍ପଷ୍ଟତା ମଧ୍ୟ ପ୍ରଦାନ କରୁଛି ଯାହା ଏନବିଏଫସିଗୁଡ଼ିକୁ ଅଧିକ ପ୍ରଭାବଶାଳୀ ବାଲାନ୍ସ ସିଟ୍ ଯୋଜନା ଓ ଦୂରଦର୍ଶୀ ତରଳତା ପରିଚାଳନା କରିବାକୁ ସକ୍ଷମ କରିଥାଏ । ଆଗକୁ ବଢ଼ିବା ସହିତ ଯଦିଓ ବୈଶ୍ୱିକ ଅନିଶ୍ଚିତତାଗୁଡ଼ିକ ଉପରେ ନିକଟରୁ ନଜର ରଖାଯିବ ତଥାପି ବର୍ତ୍ତମାନର ନୀତିଗତ ଆଭିମୁଖ୍ୟ ଉତରଦାୟୀ ଋଣ ସମ୍ପ୍ରସାରଣକୁ ସମର୍ଥନ କରିବା ଏବଂ ଭାରତର ଦୀର୍ଘକାଳୀନ ବିକାଶ ଗତିକୁ ବଜାୟ ରଖିବା ପାଇଁ ଆବଶ୍ୟକ ଆତ୍ମବିଶ୍ୱାସ ଓ ସ୍ଥିରତା ପ୍ରଦାନ କରୁଛି ।
