୮୦ତମ ସ୍ୱାଧୀନତା ଦିବସ ଅବସରରେ ପାରାଦୀପ ପତ୍ରକାର ପରିଷଦ ପକ୍ଷ ରୁ ବୃକ୍ଷ ରୋପଣ ଓ ଚାରା ବଣ୍ଟନ।

ପାରାଦୀପ -ପାରାଦୀପ ପତ୍ରକାର ପରିଷଦ ପକ୍ଷ ରୁ ୮୦ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ପରିଷଦ ସଭାପତି ଶ୍ରୀ ସଂଜୀବ କୁମାର ମିଶ୍ର ଙ୍କ ଦ୍ୱାରା ପତକା ଉତ୍ତୋଳନ କାର୍ଯ୍ୟକ୍ରମ ସମ୍ପନ୍ନ ହେଲାପରେ ପ୍ରତି ବର୍ଷ ପରି ଏ ବର୍ଷ ବୃକ୍ଷ ରୋପଣ ଓ ଚାରାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରିଷଦ ର ଉପ ସଭାପତି ମନୋଜ କୁମାର ସେନାପତି, ଜଗବନ୍ଧୁ ସ୍ୱାଇଁ, ସମ୍ପାଦକ ମନୋରଞ୍ଜନ ଭୋଇ, ସହ ସମ୍ପାଦକ ସଂଗ୍ରାମକେଶରୀ ସ୍ୱାଇଁ,ସଂଗଠନ ସମ୍ପାଦକ କୃଷଚନ୍ଦ୍ର ପୃଷ୍ଟି, କୋଷାଧକ୍ଷ ତପନ ବରାଳ, ସୁଶାନ୍ତ କୁମାର ସ୍ୱାଇଁ, ଲଷ୍ମୀକାନ୍ତ ଶତପଥୀ,ପ୍ରଦୀପ କୁମାର ନାୟକ, ପ୍ରଭାତୀ ପଣ୍ଡା, ଦିପ୍ତୀରଂଜନ ରଥ, ସୁଶାନ୍ତ କୁମାର ସାମଲ, ମାନସ କୁମାର ଦାସ, ଆଲୋକ କୁମାର ସାମଲ, ଆଲୋକ କୁମାର ସୁତାର, ଦେବାଶିଷ ମିଶ୍ର ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସ୍ଥାନୀୟ ଆର୍ଟ ଅଫ ଲିଭିଂ ପରିସରରେ ଯୋଗଗୁରୁ ତାପସ ରଞ୍ଜନ ପତିଙ୍କ ସହଯୋଗ ରେ ବୃକ୍ଷ ରୋପଣ କରିବା ସହ ଚାରା ବଣ୍ଟନ କରିଥିଲେ।
ପରିଷଦ ର ସଭାପତି ଶ୍ରୀ ମିଶ୍ର କହିଛନ୍ତି କି ଏହି ଚାରାବଣ୍ଟନ କାର୍ଯ୍ୟକ୍ରମ ଆଜିଠୁ ୭ଦିନ ଧରି ଚାଲିବ।ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପରିଷଦ ପକ୍ଷରୁ “ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ” ନାରା ଦିଆଯାଇଛି.ଆଗକୁ ପରିବେଶ ସୁରକ୍ଷା ଓ ଗଛ ଲଗେଇବା ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି
