ଇଣ୍ଡିଆନ୍ଅଏଲ୍ ପାରାଦୀପ ରିଫାଇନରୀରେ ୮୦ ତମ ସ୍ବାଧନତା ଦିବସ ପାଳନ କରାଗଲା ।

0
Untitled

ପାରାଦୀପ- ଇଣ୍ଡିଆନ୍ଅଏଲ୍ ପାରାଦୀପ ରିଫାଇନରୀରେ ୮୦ ତମ ସ୍ୱାଧୀନତା ଦିବସ ଦେଶପ୍ରେମ ଓ ଉତ୍ସାହ ସହିତ ପାଳନ କରାଗଲା। ସମସ୍ତ ପାରାଦୀପ ରିଫାଇନରୀ ପରିବାର ସହିତ ଷ୍ଟାଡିୟମ୍ ରେ ଜାତୀୟ ଗୀତ ବାଜିଥିଲା ଏବଂ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହି ଅବସରରେ ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ଶ୍ରୀ କୌଶିକ ବସୁ, ପାରାଦୀପ ରିଫାଇନରୀ ଟାଉନସିପ୍ ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଷ୍ଟାଡିୟମରେ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ କୌଶିକ ବସୁ, ଆମ ଦେଶର ସ୍ୱାଧନତା ହାସଲ କରିବାରେ ପ୍ରମୁଖ ଭୂମକା ଗ୍ରହଣ କରିଥିବା ମହାନ ନେତା ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ପାରାଦୀପ ରିଫାଇନରୀ, ଏହି ଅଞ୍ଚଳର ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି ଏବଂ PX-PTA, Avgas, Bhadrak Textile Project ଭଳି ନୂତନ ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି କାହାଣରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଷ୍ଟାଡିୟମରେ ଡିପିଏସ୍ ପାରାଦୀପ ରିଫାଇନରୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ୱାଧୀନତା ଦିବସ ପାଳନ ସମାପ୍ତ ହୋଇଥିଲା। ସ୍ୱାଧୀନତା ଦିବସ ଅବସରରେ, ପାରାଦୀପ ରିଫାଇନରୀ ନିକଟସ୍ଥ ଅନାଥାଶ୍ରମକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରି ସେଠାକାର ଲୋକଙ୍କ ମଧ୍ୟରେ ଆନନ୍ଦ ଏବଂ ଉତ୍ସାହ ଭରି ଦେଇଥିଲା ।


Leave a Reply

Your email address will not be published. Required fields are marked *

You may have missed