କାର୍ତ୍ତିକ ମହୋତ୍ସବ ର ପ୍ରସ୍ତୁତି ବୈଠକ

0
Untitled

ବାଙ୍କୀ ଡମପଡା ଅଂଚଳର ସେବା ଓ ସାଂସ୍କୃତିକ ଅନୁଷ୍ଠାନ ହେଉଛି କାର୍ତ୍ତିକ ମହୋତ୍ସବ. ଚଳିତ ବର୍ଷ ୧୫ବର୍ଷ ରେ ପଦାର୍ପଣ କରି ଗତକାଲି ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ପାଗର ପ୍ରତିକୂଳ ପରିସ୍ଥିତି ସତ୍ତ୍ୟେ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ. ସମ୍ପାଦକ ଗୟାଧର ନାୟକ ସଭା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସମସ୍ତ ସଭ୍ୟ ନିଜ ନିଜର ମତ ରଖିଥିଲେ. କାର୍ତ୍ତିକ ମହୋତ୍ସବ ଏକ ଭାଇ ଚାରା ଅନୁଷ୍ଠାନ.ମଣିଷ ର ମୃତ୍ୟୁ ଅଛି କିନ୍ତୁ ମହୋତ୍ସବ ର ମୃତ୍ୟୁ ନାହିଁ.ପ୍ରତ୍ୟେକ ସଦସ୍ୟ ଙ୍କ ସୁଖଦୁଃଖ ରେ ଉପସ୍ଥିତ ରହିବାକୁ ମୁଖ୍ୟ ଉପଦେଷ୍ଟା ଅଜୟ କୁମାର ରାଉତ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ.

ଚଳିତ ବର୍ଷ ବନ୍ୟା ସମୟରେ ଶୁଖୁଆଖଳା ଗ୍ରାମରେ କାର୍ତ୍ତିକ ମହୋତ୍ସବ ତରଫରୁ ରାନ୍ଧଖାଦ୍ୟ ବଣ୍ଟଯାଇଥିଲା.ସେଥିପାଇଁ ଚାରିଆଡୁ ପ୍ରଶଂସା ର ସୁଅ ଛୁଟିଥିଲା.ଚଳିତ ବର୍ଷ ୫ଦିନ ଧରି କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ସୁଶାନ୍ତ କୁମାର ନାୟକ ଜଣାଇଥିଲେ. ଚଳିତ ମାସରେ ବୋଲ ବମ ଭକ୍ତ ମାନଙ୍କ ପାଇଁ ସେବାଶ୍ରମ,ଛାତ୍ରଛାତ୍ରୀ ମାନଙ୍କ ପାଇଁ କ୍ରୀଡା ପ୍ରତିଯୋଗିତା, ରକ୍ତଦାନ ଶିବିର, ଫ୍ଲଡ ଲାଇଟ କ୍ରିକେଟ ମ୍ୟାଚ, ନୃତ୍ୟ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି ନିଆଗଲା.ସମସ୍ତ କାର୍ଯ୍ୟକ୍ରମ ମୁଖ୍ୟ ଉପଦେଷ୍ଟ ଅଜୟ କୁମାର ରାଉତ ଙ୍କ ତତ୍ଵାବଧାନରେ କରାଯଇଥିଲା. ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସାଙ୍ଗକରାଯାଇଥିଲା.

Leave a Reply

Your email address will not be published. Required fields are marked *

You may have missed