ଓଡ଼ିଶାକୁ ସର୍ବସ୍ୱାନ୍ତ କରିବାକୁ ଯାଉଥିବା କଳା ଆଇନ ଏମ୍.ଏମ୍.ଡି.ଆର୍. ୨୦୨୬ ପ୍ରତ୍ୟାହାର ଦାବି

0
Untitled

ବାରିପଦା,୨୩/୦୮(ପ୍ରବାହ ନ୍ୟୁଜ):ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ସ୍ୱାର୍ଥକୁ ପ୍ରଭାବିତ କରିବାକୁ ଯାଉଥିବା ଏମ୍.ଏମ୍.ଡି.ଆର୍. ଆଇନ ୨୦୨୬କୁ ପ୍ରତ୍ୟାହାର ଦାବିରେ ମୟୂରଭଞ୍ଜ ଜିଲ୍ଲାରେ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇଛନ୍ତି। ଏହି ଦାବିକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସର୍ବଦଳୀୟ ଭାବେ ଏକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଏବଂ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏହି ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କଂଗ୍ରେସ ସହିତ ସିପିଆଇ, ସିପିଆଇ(ଏମ୍), ଆରଜେଡି, ସମାଜବାଦୀ ପାର୍ଟି ଓ ଅନ୍ୟାନ୍ୟ ବିରୋଧୀ ଦଳର ପ୍ରତିନିଧିମାନେ ବୈଠକରେ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।ବାରିପଦାସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଆଗାମୀ ଆନ୍ଦୋଳନକୁ କିଭଳି ଅଧିକ ପ୍ରଭାବଶାଳୀ ଓ ସଫଳ କରାଯାଇପାରିବ, ସେନେଇ ବିଭିନ୍ନ ଦଳର ନେତା ଓ କର୍ମକର୍ତ୍ତାଙ୍କ ମଧ୍ୟରେ ବିସ୍ତୃତ ମନ୍ଥନ ହୋଇଥିଲା।

ସମସ୍ତଙ୍କ ମତାମତ ଓ ପରାମର୍ଶକୁ ଆଧାର କରି ଏକଜୁଟ ଭାବେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ବୈଠକରେ ଉପସ୍ଥିତ ନେତାମାନେ ଏମ୍.ଏମ୍.ଡି.ଆର୍. ଆଇନ ୨୦୨୬କୁ ନେଇ ନିଜ ନିଜ ମତ ରଖିଥିଲେ। ରାଜ୍ୟର ଖଣିଜ ସମ୍ପଦ, ପରିବେଶ ଏବଂ ସାଧାରଣ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଏହି ଆଇନର ପ୍ରତ୍ୟାହାର ଦାବିରେ ମିଳିତ ଭାବେ ଆନ୍ଦୋଳନକୁ ଆଗକୁ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି ବୈଠକରେ ଜ୍ୟୋତି ପ୍ରକାଶ ରଥ, ସସ୍ମିତା ଘୋଷାଲ, ବନମାଳୀ ବାରିକ, ସୁନିତା ନାୟକ, ଶଶୀ କାପୁର ଯାଦବ ପ୍ରମୁଖ କଂଗ୍ରେସ ନେତାଙ୍କ ସମେତ ସିପିଆଇର ଜଗବନ୍ଧୁ ମିଶ୍ର, ସିପିଆଇ(ଏମ୍)ର ରବି ଗୋସ୍ୱାମୀ, ମୃତୁଞ୍ଜୟ ବେହେରା ଏଆଇଟିୟୁସିର କାହ୍ନୁ ବେହେରା, ଶ୍ରୀକାନ୍ତ ସାମଲ, କମଳ ଦେ ପ୍ରମୁଖ ଉପସ୍ଥିତ ଥିଲେ।ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ନେଇ ଜିଲ୍ଲାସ୍ତରରେ ଅଧିକ ଜନସମର୍ଥନ ସୃଷ୍ଟି କରିବା ସହିତ ସରକାରଙ୍କ ନିକଟରେ ଆଇନ ପ୍ରତ୍ୟାହାର ଦାବିକୁ ଜୋରଦାର ଭାବେ ଉପସ୍ଥାପନ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ସର୍ବଦଳୀୟ ଏକତା ମାଧ୍ୟମରେ ଆଗାମୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ସହମତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *