ବଡ଼ବିଲ୍‌ରେ ନୂଆ ସ୍ୱାସ୍ଥ୍ୟ ସେବା: ଦେଓଝରରେ ‘ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲ’ର ଲୋକାର୍ପଣ

0
59531e70-649a-4b6e-841e-0a674c48cb90

ପବିତ୍ର ହେରାପଞ୍ଚମୀ ଅବସରରେ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କେନ୍ଦୁଝର ଜିଲ୍ଳା ବଡବିଲ ସ୍ଥିତ ଦେଓଝର ଠାରେ ଏକ ଅତ୍ୟାଧୁନିକ ୨୫ ଶଯ୍ୟା ବିଶିଷ୍ଟ ଜିନ୍ଦଲ ଆରୋଗ୍ୟମ କମ୍ୟୁନିଟି ହସ୍ପିଟାଲ ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉଦଘାଟନ ଏବଂ ଦେବେଶ୍ୱର ମହାଦେବଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଦୁଇ ପ୍ରକଳ୍ପକୁ ଜିନ୍ଦଲ ଫାଉଣ୍ଡେସନର ଚେୟାରପର୍ସନ୍ ସମ୍ମାନୀୟା ଶ୍ରୀମତୀ ଶାଲ୍ଲୁ ଜିନ୍ଦଲ ଲୋକାର୍ପିତ କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସହିତ କମ୍ପାନୀର ବରିଷ୍ଠ ଅଧିକାରୀ, ଜନପ୍ରତିନିଧି ଏବଂ ସ୍ଥାନୀୟ ଜନସାଧାରଣମାନେ ଉପସ୍ଥିତ ଥିଲେ। ଏହି ଦୁଇ ପ୍ରମୁଖ ପ୍ରକଳ୍ପର ଉଦଘାଟନ, ସ୍ଥାନୀୟ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ସହ ଗୋଷ୍ଠୀ ସମୁଦାୟର ବିକାଶ ଦିଗରେ ଜିନ୍ଦଲ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। 

ନବନିର୍ମିତ ୨୫ ଶଯ୍ୟା ବିଶିଷ୍ଟ ଏହି ଜିନ୍ଦଲ ଆରୋଗ୍ୟମ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁମୁଖୀ ଏବଂ ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ସୁବିଧା ଉପଲବ୍ଧ ରହିଛି। ଏଠାରେ ମେଡିସିନ,  ଅସ୍ତ୍ରୋପଚାର, ସ୍ତ୍ରୀ ଓ ପ୍ରସୂତି ରୋଗ, ଏବଂ ଶିଶୁ ରୋଗ ବିଭାଗରେ ବିଶେଷଜ୍ଞ ଡାକ୍ତର ମାନେ ଚିକିତ୍ସା ସେବା ଯୋଗାଉଛନ୍ତି । ସେହିପରି ହୃଦ୍‌ରୋଗ, ଅସ୍ଥିଶଲ୍ୟ, ଦନ୍ତ ଚିକିତ୍ସା, ପାଚନ ଓ ଆନ୍ତ୍ରିକ ରୋଗ ଏବଂ ଚକ୍ଷୁ ଚିକିତ୍ସା ପାଇଁ  ବିଶେଷଜ୍ଞ ଡାକ୍ତରମାନେ ପରିଦର୍ଶନରେ ଆସି ସେବା ପ୍ରଦାନ କରିବେ। ହସ୍ପିଟାଲରେ ଅତ୍ୟାଧୁନିକ ଅପରେସନ୍ ଥିଏଟର, ଉନ୍ନତ ରୋଗ ନିର୍ଣ୍ଣୟ ପଦ୍ଧତି ଏବଂ ୨୪ ଘଣ୍ଟିଆ ଆଡ୍‌ଭାନ୍ସଡ୍ କାର୍ଡିଆକ୍ ଲାଇଫ୍ ସପୋର୍ଟ (ACLS) ଆମ୍ବୁଲାନ୍ସ ସୁବିଧା ମଧ୍ୟ ଉପଲବ୍ଧ ରହିଛି।

ସମସ୍ତଙ୍କ ପାଇଁ ସମାନ ସ୍ୱାସ୍ଥ୍ୟସେବା ପ୍ରଦାନ ପ୍ରତି ଜିନ୍ଦଲ ଫାଉଣ୍ଡେସନ୍‌ର ପ୍ରତିବଦ୍ଧତାକୁ ଆଧାର କରି, ଆର୍ଥିକ ଭାବେ ଦୁର୍ବଳ ଏବଂ ସାମାଜିକ ଭାବେ ପଛୁଆ ବର୍ଗର ରୋଗୀମାନଙ୍କୁ ମାଗଣା ପରାମର୍ଶ ଓ ଚିକିତ୍ସା ସେବା ଏଠାରେ ଯୋଗାଇ ଦିଆଯିବ।

ଏଥିସହିତ ଦେବେଶ୍ୱର ମହାଦେବଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଭାରତର ସମୃଦ୍ଧ ସଂସ୍କୃତି ଏବଂ ଆଧ୍ୟାତ୍ମିକ ପରମ୍ପରାର ସଂରକ୍ଷଣ ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭକ୍ତି, ବିଶ୍ୱାସ ଏବଂ ସାମାଜିକ ସଦ୍‌ଭାବ ବୃଦ୍ଧି ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ସୂଚିତ କରୁଛି। ଆଗାମୀ ଦିନରେ ପୂଜାର୍ଚ୍ଚନା, ପର୍ବପର୍ବାଣୀ ପାଳନ ଏବଂ ଆଧ୍ୟାତ୍ମିକ ଚେତନାର ଏକ ଅନନ୍ୟ କେନ୍ଦ୍ର ଭାବେ ପରିଗଣିତ ହେବ ଏହି କ୍ଷେତ୍ର।

ଜିନ୍ଦଲ ଫାଉଣ୍ଡେସନର ଚେୟାରପର୍ସନ୍ ସମ୍ମାନୀୟା ଶ୍ରୀମତୀ ଶାଲ୍ଲୁ ଜିନ୍ଦଲ କହିଥିଲେ ଯେ, ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଉନ୍ନତ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଜିନ୍ଦଲ ଆରୋଗ୍ୟମ କମ୍ୟୁନିଟି ହସ୍ପିଟାଲ ସ୍ଥାପନ କରାଯାଇଛି। ଏଥିସହିତ ଦେବେଶ୍ୱର ମହାଦେବଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା  ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ସହ ଆଧ୍ୟାତ୍ମିକଭାବକୁ ସୁଦୃଢ଼ କରିବ। ଆର୍ଥିକ ଭାବେ ଦୁର୍ବଳ ଓ ସାମାଜିକ ଅନଗ୍ରସର ଲୋକମାନଙ୍କୁ ଏହି ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। 

ଏହି ଅବସରରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ସ୍ଥାନୀୟ ଜନସାଧାରଣଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ଏହି ସମସ୍ତ ପଦକ୍ଷେପକୁ ପ୍ରଶଂସା କରିବା ସହ ଜନଜାତି ସମ୍ପ୍ରଦାୟ ଓ ଦୁର୍ବଳ ବର୍ଗର ଶିଶୁମାନଙ୍କ ଶିକ୍ଷା କ୍ଷେତ୍ରରେ ଜିନ୍ଦଲ ଫାଉଣ୍ଡେସନ୍‌ର ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦେଓଝର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଧ୍ରୁବ ଚରଣ ନାୟକ, ମନ୍ଦିରର ମୁଖ୍ୟ ସ୍ଥପତି ଶ୍ରୀ ମୋତିଲାଲ ଜୀ, ପ୍ରେସିଡେଣ୍ଟ ଓ ହେଡ୍–କର୍ପୋରେଟ୍ କମ୍ୟୁନିକେସନ୍,ଓଡ଼ିଶା ଶ୍ରୀ ପ୍ରଶାନ୍ତ ହୋତା, ବିଜନେସ୍ ହେଡ୍ ଶ୍ରୀ ଆଶିଷ ପାଣ୍ଡେ, ବିକେଟିଆର୍ (BKTR) ଲୋକେସନ୍‌ସର କ୍ଲଷ୍ଟର ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର, ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଏସ୍. କେ. ଶର୍ମା, ବଡବିଲ ୟୁନିଟ୍‌ର ୟୁନିଟ୍ ହେଡ୍ ଶ୍ରୀ ସତୀଶ ସିନ୍ଦୁରିଆ, ସିଏସ୍‌ଆର୍ (CSR) ହେଡ୍ ଶ୍ରୀ ଋଷି ପଠାନିଆ, ଆଡମିନିଷ୍ଟ୍ରେସନ୍ ହେଡ୍ କର୍ଣ୍ଣେଲ ଗଗନଦୀପ କୋହଲି, କାସିଆ, ରୋଇଡା-I ଓ ଟେନ୍ସା ଲୁହାପଥର ଖଣିର ବରିଷ୍ଠ ଅଧିକାରୀ, ଜିନ୍ଦଲ ଷ୍ଟିଲର ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି,  ବିଶିଷ୍ଟ ବ୍ୟକ୍ତିବିଶେଷ, କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ କର୍ପୋରେଟ୍ କମ୍ୟୁନିକେସନ୍ ବିଭାଗ, ଇଏମ୍‌ଡି (EMD), ଶ୍ରୀ ଭାର୍ଗିଲ ଲାକ୍ରାଙ୍କ ନେତୃତ୍ୱାଧୀନ ସିଏସ୍‌ଆର୍ (CSR) ଟିମ୍, କର୍ଣ୍ଣେଲ ମଲ୍ଲିକଙ୍କ ନେତୃତ୍ୱାଧୀନ ମେଡିକାଲ୍ ଟିମ୍ ଏବଂ ଆଡମିନିଷ୍ଟ୍ରେସନ୍ ବିଭାଗର ଉଲ୍ଲେଖନୀୟ ଅବଦାନ ରହିଥିଲା।

ଜିନ୍ଦଲ ଫାଉଣ୍ଡେସନ୍‌ର ଏହି ଐତିହାସିକ ପଦକ୍ଷେପ ସମନ୍ୱିତ ବିକାଶର ଏକ  ପ୍ରତିଫଳନ। ଯାହା ଆଗାମୀ ପିଢ଼ି ପାଇଁ ଭାରତର ସମୃଦ୍ଧ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *