TPCODL ର ମୋବାଇଲ୍ ହେଲ୍ଥ ଡିସପେନସାରୀ

0
download (1)

ରଥଯାତ୍ରାରେ ଭକ୍ତଙ୍କ ସେବାରେ ଟିପିସିଓଡିଏଲ୍। ପୁରୀରେ ତିନିଟି ମୋବାଇଲ୍ ହେଲ୍ଥ ଡିସପେନସାରୀ ମାଧ୍ୟମରେ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଲା TPCODL। ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ତୁରନ୍ତ ଓ ସୁଲଭ ସ୍ୱାସ୍ଥ୍ୟସେବା ଦେବା ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ TPCODL ପକ୍ଷରୁ ତିନୋଟି ମୋବାଇଲ୍ ହେଲ୍ଥ ଡିସପେନସାରୀ ନିୟୋଜିତ କରାଯାଇଥିଲା।1,5.jpeg

  1. ଗୁଣ୍ଡିଚା ମନ୍ଦିର ନିକଟରେ
  2. ପୁରୀ ସମୁଦ୍ର ବେଳାଭୂମି
  3. ପୁରୀ ରେଳ ଷ୍ଟେସନ୍ ନିକଟରେଅବସ୍ଥିତ ଥିଲା
    ଏହି ତିନିଟି ସ୍ଥାନରେ ଦୁଇ ଦିନ ମଧ୍ୟରେ ୧୦ ହଜାରରୁ ଅଧିକ ଭକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇଛନ୍ତି।
    “ପ୍ରତ୍ୟେକ MHD ରେ ଜଣେ ଯୋଗ୍ୟ ଡାକ୍ତର, ନର୍ସ ଏବଂ ଫାର୍ମାସିଷ୍ଟ ନିୟୋଜିତ ଥିଲେ। ଆମେ ଏଠାରେ ପ୍ରାଥମିକ ଚିକିତ୍ସା, ଜରୁରୀକାଳୀନ ସେବା ସହ ମାଗଣାରେ ଔଷଧ ଏବଂ ORS ପ୍ୟାକେଟ୍ ବଣ୍ଟନ କରୁଛୁ। ଗରମ ଏବଂ ଭିଡ଼ ଯୋଗୁଁ ହେଉଥିବା ଡିହାଇଡ୍ରେସନ୍ କୁ ରୋକିବା ଆମର ମୁଖ୍ୟ ଲକ୍ଷ୍ୟ।”
    ଶ୍ରଦ୍ଧାଳୁଙ୍କୁ ମିଳିଲା ମାଗଣା ଔଷଧ ଓ ORS। ଅତ୍ୟଧିକ ଗରମ ଏବଂ ଜନସମାଗମ ଯୋଗୁଁ ଶରୀରରେ ଜଳଶୂନ୍ୟତା ନ ହେବା ପାଇଁ TPCODL ପକ୍ଷରୁ ହଜାର ହଜାର ORS ପ୍ୟାକେଟ୍ ବଣ୍ଟନ କରାଯାଇଥିଲା।
    ରଥଯାତ୍ରା ପାଇଁ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁସ୍ଥତା ପ୍ରତି ନିଜର ଦାୟିତ୍ୱ ପାଳନ କରିଛି TPCODL।
    ଆଗାମୀ ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଦିନ ମଧ୍ୟ ଭିଡ଼କୁ ଦୃଷ୍ଟିରେ ରଖି TPCODL ପକ୍ଷରୁ ଏହି ତିନୋଟି ମୋବାଇଲ୍ ହେଲ୍ଥ ଡିସପେନସାରୀ ପୁଣି ଥରେ ନିୟୋଜିତ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *