କୋଟାକର ମତ ଅନୁସାରେ ଜେନ ଜି ଋଣଗ୍ରହୀତାଙ୍କ ସଂଖ୍ୟା ୮୬% ବୃଦ୍ଧି ପାଇଛି

0
Untitled

ଭୁବନେଶ୍ୱର: ଯେଉଁ ପିଢ଼ି ଅଧିକ ସମୟ ଭଡ଼ାରେ ରହିବେ ବୋଲି ଆଶା କରାଯାଉଥିଲା, ସେମାନେ ପ୍ରାୟତଃ ୩୦ ବର୍ଷ ପୂର୍ବରୁ ହିଁ ଘର କିଣୁଛନ୍ତି କୋଟାକ ମହିନ୍ଦ୍ରା ବ୍ୟାଙ୍କ ତଥ୍ୟ ଅନୁଯାୟୀ, ଭାରତୀୟମାନେ ନିଜର ପ୍ରଥମ ଘର କିଣୁଥିବା ବୟସସୀମା କ୍ରମଶଃ କମିବାରେ ଲାଗିଛି, ଯେଉଁଥିରେ ଜେନ ଜି ଗୃହଋଣ ବଜାରରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବର୍ଗ ଭାବରେ ଉଭା ହୋଇଛନ୍ତି । ବ୍ୟାଙ୍କର ତଥ୍ୟରୁ ଏହା ଜଣାପଡ଼ିଛି ଯେ ୨୫-୩୦ ବର୍ଷ ବୟସ ମଧ୍ୟରେ ଥିବା ଗୃହଋଣ ଗ୍ରହିତାଙ୍କ ସଂଖ୍ୟା ଆର୍ଥିକ ବର୍ଷ ୨୪ରୁ ଆର୍ଥିକ ବର୍ଷ ୨୬ ମଧ୍ୟରେ ୮୬% ବୃଦ୍ଧି ପାଇ ୧୨୩୪ରୁ ୨୨୯୦ରେ ପହଂଚିôଛି । କୋଟାକର ବ୍ୟକ୍ତିଗତ ଗୃହ ଋଣଗ୍ରହୀତାଙ୍କ ମଧ୍ୟରେ ଜେନ ଜିଙ୍କ ଭାଗୀଦାରୀ ଏହି ଦୁଇବର୍ଷ ମଧ୍ୟରେ ୬%ରୁ ୯%କୁ ବୃଦ୍ଧି ପାଇଛି, ଯାହା ସେମାନଙ୍କ ଯୋଗଦାନକୁ ୫୦%ର ବୃଦ୍ଧି ଦର୍ଶର୍ାଉଛି । ଏହା ସେମାନଙ୍କୁ ବ୍ୟାଙ୍କର ଗୃହ ଋଣ ବିଭାଗରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୁବବର୍ଗରେ ପରିଣତ କରିଛି । ଏହି ତୁଳନାରେ ସମାନ ସମୟ ଅବଧି ମଧ୍ୟରେ ୩୦-୪୫ ବର୍ଷ ବୟସ୍କ ଋଣଗ୍ରହୀତାଙ୍କ ସଂଖ୍ୟା ୨୬%କୁ ବୃଦ୍ଧି ପାଇଛି ।

ଏହି ଧାରା ଯୁବ ଭାରତୀୟମାନେ ନିଜ ଗୃହ ମାଲିକାନା ପ୍ରତି ଆପଣାଉଥିବା ଚିନ୍ତାଧାରାର ପରିବର୍ତନକୁ ଦର୍ଶାଉଛି । ଯେଉଁ ସଫଳତାକୁ ପୂର୍ବ ପିଢ଼ିର ଲୋକମାନେ ଜୀବନର ପରବର୍ତି ସମୟରେ ହାସଲ କରୁଥିଲେ ତାହାକୁ ବର୍ତମାନ ବହୁତ କମ୍ ବୟସରେ ହାସଲ କରାଯାଉଛି । ବହୁ ବର୍ଷ ଧରି ଆଶା କରାଯାଉଥିଲା ଯେ ଜେନ ଜି ଅଧିକ ସମୟ ଭଡ଼ାରେ ରହିବେ, ବଡ଼ ଆର୍ଥିକ ପ୍ରତିଶ୍ରୁତିକୁ ବିଳମ୍ବିତ କରିବେ ଏବଂ ନମନୀୟତାକୁ ପ୍ରାଥମିକତା ଦେବେ । ହେଲେ ଏହି ତଥ୍ୟ ସୂଚିତ କରୁଛି ଯେ ଯେତେବେଳେ ବାସଗୃହ କଥା ଆସେ, ଅନେକ ଯୁବ ଭାରତୀୟ ଆଶା ଠାରୁ ବହୁ ପୂର୍ବରୁ ଦୀର୍ଘକାଳୀନ ନିଷ୍ପତି ନେଉଛନ୍ତି ।

“ଭାରତୀୟ ପରିବାର ଗୁଡ଼ିକରେ ନିଜର ଘର ରହିବା ସଦାସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି”, ମତବ୍ୟକ୍ତ କରି କହିଛନ୍ତି ନକୁଳ ସାକ୍‌ସେନା, ମୁଖ୍ୟ-ଗୃହ ଋଣ, କୋଟାକ ମହିନ୍ଦ୍ରା ବ୍ୟାଙ୍କ । “ଯାହା ପରିବର୍ତନ ହେଉଛି, ତାହା ହେଉଛି ଯେଉଁ ବୟସରଙ୍କ ଲୋକମାନେ ଏହି ନିଷ୍ପତି ନେଉଛନ୍ତି । ଆମେ ଦେଖୁଛି ଯେ ଯୁବ ଋଣଗ୍ରହୀତାମାନେ ପୂର୍ବ ଅପେକ୍ଷା ଅଧିକ ସ୍ପଷ୍ଟତା ଏବଂ ଆତ୍ମବିଶ୍ୱାସର ସହିତ ବଜାରରେ ପ୍ରବେଶ କରୁଛନ୍ତି ।”

ପିଲାମାନେ ନିଜ ରୋଜଗାର ମାଧ୍ୟମରେ ସେମାନଙ୍କ ବାପା-ମାଙ୍କ ନିଜସ୍ୱ ଘରର ସ୍ୱପ୍ନକୁ ପୂରଣ କରିବାରେ ସାହାଯ୍ୟ କରୁଛନ୍ତି । ଅନ୍ୟ କେତେକ କ୍ଷେତ୍ରରେ, ଦୁଇ-ଆୟକାରୀ ପରିବାର ଏପରି ନିଷ୍ପତି ଗୁଡ଼ିକୁ ତ୍ୱରାନ୍ୱିତ କରୁଛନ୍ତି, ଯାହାକୁ ପୂର୍ବ ପିଢ଼ି ବର୍ଷ ବର୍ଷ ଧରି ସ୍ଥଗିତ ରଖୁଥିଲେ । ମହାମାରୀ ବାସ ସ୍ଥାନର ପ୍ରାଥମିକତାକୁ ବଦଳାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭଳି ପ୍ରତୀୟମାନ ହୋଇଥାଏ । ଘରେ ଦୀର୍ଘ ସମୟ ବିତାଇବା ପରେ ଅନେକ ଯୁବ ପରିବାର ସ୍ଥାନ, ଏକାନ୍ତତା, ପ୍ରାକୃତିକ ଆଲୋକ, ନିର୍ମାଣ ଗୁଣବତା ଏବଂ ସାମାଜିକ ଜୀବନଶୈଳୀକୁ ଅଧିକ ଗୁରୁତ୍ୱ ଦେବାକୁ ଲାଗିଲେ ।

ଗୋଟିଏ ଘର କେବଳ ରହିବା ପାଇଁ ଏକ ସ୍ଥାନ ନ ହୋଇ ବରଂ ରହିବା, କାମ କରିବା ଏବଂ ଏକ ଭବିଷ୍ୟତ ଗଠନ କରିବାର ମାଧ୍ୟମ ପାଲଟିଗଲା । ଏଭଳି ଏକ ପରିବର୍ତନ ମଧ୍ୟ ମାନସିକତାରେ ବ୍ୟାପକ ବଦଳକୁ ଦର୍ଶାଉଛି । ପ୍ରତ୍ୟେକଟି ପରିସ୍ଥିତି ଅନୁକୁଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ପରିବର୍ତେ ଅନେକ ଯୁବ କ୍ରେତା ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ପୂର୍ବରୁ ପଦକ୍ଷେପ ନେଇଯାଉଛନ୍ତି । ପୂର୍ବ ପିଢ଼ି ପାଇଁ ନିଜସ୍ୱ ଘର କିଣିବା ପ୍ରାୟତଃ ବର୍ଷ ବର୍ଷର କ୍ୟାରିୟର ଏବଂ ଆର୍ଥିକ ଉନ୍ନତି ପରେ ହିଁ ସମ୍ଭବ ହେଉଥିଲା । କିନ୍ତୁ ଆଜି ଅନେକ ଯୁବ ଭାରତୀୟ ଘରକୁ ସମ୍ପୂର୍ଣ୍ଣ ସ୍ଥିରତା ହାସଲ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ବିଷୟକୁ ନ ଭାବି, ଏହାକୁ ସ୍ଥିରତା ସୃଷ୍ଟି କରିବାର ଏକ ମାଧ୍ୟମ ଭାବରେ ଦେଖୁଛନ୍ତି ।

ଯେଉଁ ପିଢ଼ିକୁ ପ୍ରାୟତଃ ନମନୀୟତା ଏବଂ ନିରନ୍ତର ପରିବର୍ତନ ସହ ଯୋଡ଼ା ଯାଏ, ସେମାନଙ୍କ ପାଇଁ ନିଜସ୍ୱ ଘର ସ୍ଥିରତାର ଏକ ପ୍ରାରମ୍ଭିକ ପ୍ରତୀକ ଭାବରେ ଉଭା ହେଉଛି ଏବଂ ଏହା ପୂର୍ବ ଅପେକ୍ଷା ଯଥେଷ୍ଟ ଶୀଘ୍ର ଆସିଯାଉଛି ।

Leave a Reply

Your email address will not be published. Required fields are marked *