ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବୃକ୍ଷରୋପଣ

0
Untitled

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ୟୁଥ୍ ଓ ଇକୋ କ୍ଲବର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସମୀର କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଅଧିବେଶନରେ ୟୁଥ୍ ଓ ଇକୋ କ୍ଲବର ଭାର ପ୍ରାପ୍ତ ଶିକ୍ଷକ ଶ୍ରୀ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।

କାର୍ଯ୍ୟକ୍ରମରେ ବକ୍ତାମାନେ ବୃକ୍ଷର ଗୁରୁତ୍ୱ, ପରିବେଶ ସୁରକ୍ଷା, ଜଳବାୟୁ ସନ୍ତୁଳନ ଏବଂ ସବୁଜ ପରିବେଶ ଗଠନ ସମ୍ପର୍କରେ ଆଲୋକପାତ କରିଥିଲେ। “ଗୋଟିଏ ଚାରା ରୋପଣ କରିବା ଅର୍ଥ ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ଓ ସବୁଜ ପୃଥିବୀର ଭିତ୍ତି ସ୍ଥାପନ କରିବା;” ବୋଲି ମତ ପ୍ରକାଶ ପାଇଥିଲା।ପରିବେଶ ସୁରକ୍ଷା ସହ ସାମାଜିକ ସେବା ଓ ଜନ ସଚେତନତାକୁ ଗୁରୁତ୍ୱ ଦେଇ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଦୃଢ ମତ ପ୍ରକାଶ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରୀ ଓ ୟୁଥ୍ ଓ ଇକୋ କ୍ଲବର ସଦସ୍ୟ ମାନେ ବିଭିନ୍ନ ପ୍ରକାରର ବୃକ୍ଷର ଚାରା ରୋପଣ କରିଥିଲେ। ଏଥିସହ ରୋପିତ ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ଓ ସେଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ସଙ୍କଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଯଥା ମୀରା ମହଲା ଓ ଶୁଭଶ୍ରୀ ସେଠୀ ସଂଯୋଜନା କରିଥିଲେ । ପରିଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *