ପ୍ରଥମ ପିଗ୍ ଆଇରନ୍ କାର୍ଗୋ ଜାହାଜ ପରିଚାଳନାରେ ଧାମରା ପୋର୍ଟର ସଫଳତା

ଧାମରା, ୧୮.୦୯.୨୦୨୬: କାର୍ଗୋ ପରିଚାଳନା କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି ଧାମରା ପୋର୍ଟ । ପୋର୍ଟ ଏହାର ହିତାଧିକାରୀ ଏମ୍/ଏସ୍ ରଶ୍ମି ଗ୍ରୁପ ପାଇଁ ପ୍ରଥମ ଥର ପିଗ୍ ଆଇରନ୍ ବହନ କରୁଥିବା ଜାହାଜ ‘ଏମ୍ଭି ଜ୍ୟାଗ୍ ଅଭିଷେକ’ ପରିଚାଳନା କରିଛି । କାର୍ଗୋ ପରିଚାଳନାର ଏହି ସଫଳତା ଧାମରା ପୋର୍ଟର କାର୍ଯ୍ୟଦକ୍ଷତା ଓ ବିଭିନ୍ନ ପ୍ରକାରର କାର୍ଗୋ ପରିଚାଳନାର କ୍ଷମତାର କ୍ରମାଗତ ବିସ୍ତାର ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଥିସହିତ ଗ୍ରାହକମାନଙ୍କୁ ଦକ୍ଷ, ସୁରକ୍ଷିତ ଓ ନିର୍ଭରଯୋଗ୍ୟ ଲଜିଷ୍ଟିକ୍ ସେବା ଯୋଗାଇବା ପାଇଁ ପୋର୍ଟର ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରୁଛି ।
ପିଗ୍ ଆଇରନ୍ ପରିଚାଳନାର ଏହି ପ୍ରଥମ ସଫଳତା ଧାମରା ପୋର୍ଟ ଓ ରଶ୍ମି ଗ୍ରୁପ ମଧ୍ୟରେ ଥିବା ସହଯୋଗକୁ ଆହୁରି ସୁଦୃଢ କରିଛି । ଏହା ସହିତ ପୋର୍ଟ ମାଧ୍ୟମରେ ବିଭିନ୍ନ ପ୍ରକାରର ଇସ୍ପାତ ଓ ବଲ୍କ କାର୍ଗୋ ପରିଚାଳନା ପାଇଁ ନୂତନ ସୁଯୋଗର ଦ୍ୱାର ମଧ୍ୟ ଖୋଲିଛି । ଏହି ମାଇଲଖୁଣ୍ଟ ପୋର୍ଟ କାର୍ଗୋ ପରିଚଳନାର ସ୍ଥିତିକୁ ନିରନ୍ତର ବିସ୍ତାର କରିବା, ଗ୍ରାହକଙ୍କ ସହଭାଗିତାକୁ ଆହୁରି ମଜଭୁତ କରିବା ଏବଂ ସ୍ଥାନୀୟ ଅଞ୍ଚଳର ଶିଳ୍ପ ଓ ଲଜିଷ୍ଟିକ୍ ଇକୋସିଷ୍ଟମ୍ରେ ନୂତନ ସମ୍ଭାବନା ସୃଷ୍ଟି କରିବା ଦିଗରେ ପୋର୍ଟର ଦୀର୍ଘମିଆଦୀ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ପୋର୍ଟ ପକ୍ଷରୁ କୁହାଯାଇଛି ।
